Latest Odisha News

BREAKING NEWS

ଆଇପିଏଲ ମେଗା ନିଲାମ: ଖେଳାଳି ରିଟେନ ନିୟମରେ ପରିବର୍ତନ ଚାହୁଁଛନ୍ତି ଫ୍ରାଂଚାଇଜ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପାଇଁ ଚଳିତ ବର୍ଷ ଶେଷ ଭାଗରେ ମେଗା ଅକ୍ସନ ହେବ । ତେବେ ଏହି ନିଲାମ ପ୍ରକ୍ରିୟା ପୂର୍ବରୁ ଫ୍ରାଂଚାଇଜମାନେ ରିଟେନ ନିୟମରେ କିଛି ପରିବର୍ତନ ଚାହୁଁଛନ୍ତି । ଆଇପିଏଲର ଗତ ମେଗା ଅକ୍ସନ ୨୦୨୨ରେ ହୋଇଥିଲା । ସେ ସମୟରେ ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ଟିମର ଏଂଟ୍ରି ହୋଇଥିଲା । ଗୋଟିଏ ଟିମ ୪ ଖେଳାଳିଙ୍କୁ ରିଟେନ କରିବା ନିୟମ ରହିଛି । ଏବେ ଏହାକୁ ୮ କରିବା ପାଇଁ ଫ୍ରାଂଚାଇଜମାନେ ଚାହୁଁଛନ୍ତି । ସେମାନେ ଏ ସମ୍ପର୍କରେ ଆୟୋଜକ କମିଟିଙ୍କୁ ଜଣାଇ ସାରିଛନ୍ତି । ସେହିପରି ରାଇଟ ଟୁ ମ୍ୟାଚ କାର୍ଡର ଉପଯୋଗ କରି ଜଣେ ଖେଳାଳିଙ୍କୁ ପୂନର୍ବାରେ ଟିମକୁ ଅଣାଯାଇ ପାରିବ ।

୩ ଦେଶର ଓ ୨ ବିଦେଶୀ ଖେଳାଳିଙ୍କୁ ଫ୍ରାଂଚାଇଜ ରିଟେନ କରି ପାରୁଥିଲେ । ବିସିସିଆଇ ଓ ଆଇପିଏଲ ଆୟୋଜକ କମିଟି ଖେଳାଳିମାନଙ୍କ ମତ ମଧ୍ୟ ସଂଗ୍ରହ କରୁଥିବା ଜଣାପଡୁଛି । ଏଥରର ମେଗା ଅକ୍ସନରେ ଅନେକ ପୁରୁଣା ଖେଳାଳିଙ୍କ ବିଦାୟ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।

Leave A Reply

Your email address will not be published.