Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ; ଯୁବକଙ୍କୁ ବିଚ୍ ରାସ୍ତାରେ ହାଣିଲେ ଦୁର୍ବୁତ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧୀନସ୍ଥ ପାଞ୍ଚଗାଁରେ ରବିବାର ଦିନ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଛନ୍ତି କିଛି ଦୁର୍ବୁତ୍ତ ।

ଆହତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ତାଙ୍କ ନାମ ମୁକ୍ତରାଜ ଗୁରୁ ବୋଲି ଜଣା ପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ମୁକ୍ତିରାଜଙ୍କୁ ତାଙ୍କ ଗାଁର କିଛି ଯୁବକ ସଂଘବଦ୍ଧ ଭାବରେ ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ରରେ ଗୋଡାଇ ଗୋଡାଇ ହାଣିଛନ୍ତି । ଏଥିରେ ମୁକ୍ତିରାଜଙ୍କର ହାତ ପାପୁଲିଠାରୁ ୨ ଖଣ୍ଡ ହୋଇଯାଇଥିବା ବେଳେ ତାଙ୍କ ପିଠିରେ ମଧ୍ୟ ଗଭୀର ଆଘାତ ଲାଗିଛି । କିନ୍ତୁ ଘଟଣାର କାରଣ ଏଯାଏଁ ସ୍ପଷ୍ଟ ଜଣା ପଡିନାହିଁ ।

ପ୍ରଥମେ ମୁକ୍ତିରାଜଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ମୁକ୍ତିରାଜଙ୍କ ସମ୍ପର୍କୀୟ ମାନେ ଥାନାରେ ଏତଲା ଦେବା ସହ ଦୋଷୀଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.