Latest Odisha News

BREAKING NEWS

ମାର୍ଚ୍ଚ ୩୧ ଯାଏଁ ବଢିଲା ଆଧାର ସହ ପାନ କାର୍ଡ ଲିଙ୍କ୍ ଅବଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଧାର କାର୍ଡ ସହ ପାନ ଲିଙ୍କ କରିବା ଅବଧିକୁ ପୁଣିଥରେ ବୃଦ୍ଧି କରାଯାଇଛି । ଏହି ଅବଧି ଆସନ୍ତା ୨୦୨୦ ମସିହା ମାର୍ଚ୍ଚ ୩୧ ତାରିଖ ଯାଏଁ ବଢିବା ଫଳରେ ହିତାଧିକାରୀଙ୍କୁ ସାମାନ୍ୟ ଆଶ୍ୱସ୍ଥୀ ମିଳିଛି ।

ଏହି ଲିଙ୍କ୍ କରିବାର ଶେଷ ତାରିଖ ପୂର୍ବରୁ ଚଳିତ ବର୍ଷ ଡିସେମ୍ବର ୩୧କୁ ଧାର୍ଯ୍ୟ କରାଯାଇଥିଲା ।

ଏନେଇ ଭାରତ ଆୟକର ବିଭାଗ (ଇନକମ୍ ଟାକ୍ସ ଇଣ୍ଡିଆ) ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ସୂଚନାନୁଯାୟୀ, ଏହି ଲିଙ୍କ୍ ଅବଧିକୁ ସରକାରଙ୍କ ପକ୍ଷରୁ ପୂର୍ବରୁ ସେପ୍ଟେମ୍ବରରୁ ଡିସେମ୍ବର ମାସକୁ ବୃଦ୍ଧି କରିଥିବା ବେଳେ ଏହି ଅବଧିକୁ ପ୍ରାୟ ୮ଥର ବୃଦ୍ଧି କରାଯାଇଛି ।

ତେବେ ଧାର୍ଯ୍ୟ ସମୟ ମଧ୍ୟରେ ଆଧାର ସହ ଏହି ଲିଙ୍କ ନକାରଇଲେ ଉପଭୋକ୍ତାଙ୍କର ପାନ୍ କାର୍ଡ ଅଚଳ ହୋଇଯିବ ବୋଲି ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।

 

Leave A Reply

Your email address will not be published.