Latest Odisha News

BREAKING NEWS

ରାଜ୍ୟସଭାର ପୂର୍ବତନ ସଦସ୍ୟ ଏଭି ସ୍ୱାମୀଙ୍କ ବିୟୋଗ

ନୂଆପଡା: ରାଜ୍ୟସଭାର ପୂର୍ବତନ ସଦସ୍ୟ ଏ ବିଶ୍ୱନାଥ ସ୍ୱାମୀଙ୍କର ମଙ୍ଗଳବାର ଦିନ ନୂଆପଡା ଜିଲ୍ଲାର ଖରିଆର ରୋଡ୍ ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି ।

ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।

ତାଙ୍କ ବିୟୋଗ ନେଇ ପୁଅ ସୁରେଶ ଆଚାରୀ ସ୍ପଷ୍ଟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଶ୍ରୀ ସ୍ୱାମୀ ୧୯୨୯ ମସିହା ଜୁଲାଇ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୨ ମସିହା ଏପ୍ରିଲ୍ ୪ ତାରିଖରୁ ୨୦୧୮ ମସିହା ଏପ୍ରିଲ୍ ୩ ତାରିଖ ଯାଏଁ ରାଜ୍ୟସଭାର ସଦସ୍ୟ ରହିଥିଲେ ।

ଆହୁରି ମଧ୍ୟ ଶ୍ରୀ ସ୍ୱାମୀ ସ୍ୱାଧୀନ ପ୍ରାର୍ଥୀ ଭାବେ ଓଡିଶାରୁ ଉଚ୍ଚ ସଦନକୁ ନିର୍ବାଚିତ ହୋଇଯାଇଥିଲେ।

Leave A Reply

Your email address will not be published.