ନୂଆଦିଲ୍ଲୀ: ଭିକ୍କି କୌଶଲଙ୍କ ଛାବା ଫିଲ୍ମ ଏବେ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏଥିରେ ସେ ଛତ୍ରପତି ସମ୍ଭାଜୀ ମହାରାଜାଙ୍କ ଭୂମିକା ନିଖୂଣ ଭାବେ ଅଭିନୟ କରିଛନ୍ତି । ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା ଏହି ଫିଲ୍ମ ଦେଖିବା ପରେ ବେଶ ପ୍ରଭାବିତ ହୋଇଛନ୍ତି । ସେ କହିଛନ୍ତି ଯେ, ଆମକୁ ସ୍କୁଲରେ ଆକବର ମହାନ ଓ ନ୍ୟାୟପ୍ରିୟ ସମ୍ରାଟ ଥିଲେ ପଢ଼ାଯାଇଛି । ମୋଗଲ ସାମ୍ରାଜ୍ୟ ସମ୍ପର୍କରେ ସବୁ କିଛି କୁହାଯାଇଛି । ତେବେ ଛତ୍ରପତି ସମ୍ଭାଜୀ ମହାରାଜାଙ୍କ ବିଷୟରେ କିଛି ପଢ଼ାଯାଇ ନ ଥିଲା କାହିଁକି ? କ୍ରୁର ଶାସକ ଔରଙ୍ଗଜେବଙ୍କ ନାମରେ ଏବେ ବି ଦିଲ୍ଲୀରେ ରାସ୍ତା ରହିଛି । ଏହା ସବୁ କିପରି ସମ୍ଭବ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଛାବା ଏକ ଅବିଶ୍ୱସନୀୟ ଫିଲ୍ମ ଥିଲା । ସାହସ, ନିଃସ୍ୱାର୍ଥପର ଭାବନା, କର୍ତବ୍ୟ ଓ ଭାବନାର ଏହା କାହାଣୀ ଥିଲା । ରିପୋର୍ଟ ମୁତାବକ ୧୩୦ କୋଟି ବିଜେଟରେ ନିର୍ମିତ ଏହି ଫିଲ୍ମ ଏବେ ଏହାଠାରୁ ଅଧିକ ଆୟ କରିସାରିଛି । ଆଗାମୀ ଦିନରେ ଏହା ନୂଆ କୀର୍ତିମାନ ସ୍ଥାପନ କରିବ ବୋଲି ଆଶା କରାଯାଉଛି । ଭିକ୍କି କୌଶଲ, ରଶ୍ମିକା ମାନ୍ଧନା, ଅକ୍ଷୟ ଖାନ୍ନା ଓ ଆଶୁତୋଷ ରାଣାଙ୍କ ଭୂମିକା ଦର୍ଶକଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି ।
Comments are closed.