Latest Odisha News

BREAKING NEWS

ଲାଲ ସିଂ ଚଢ଼ାର ନକାରାତ୍ମକ ପ୍ରଭାବ, ଘୁଂଚିଲା ଅମୀରଙ୍କ ଆଗାମୀ ଫିଲ୍ମ ମୋଗଲ

ମୁମ୍ବାଇ: ଅମୀର ଖାଁଙ୍କ ବେଳା ଭଲ ନାହିଁ । ଲାଲ ସିଂ ଚଢ଼ା ଫ୍ଲପ ହେବା ପରେ ଏହାର ନକାରାତ୍ମକ ପ୍ରଭାବ ତାଙ୍କ କ୍ୟାରିୟର ଉପରେ ପଡିଛି । ସେ ଏହା ପରେ ଆଉ କିଛି ଦିନ ବ୍ରେକ ନେବେ ବୋଲି କହିଥିଲେ ମଧ୍ୟ ପ୍ରକୃତ କଥା ହେଲା ତାଙ୍କର ଆଗାମୀ ଫିଲ୍ମ ମୋଗଲକୁ ମେକର୍ସ ଅନିଶ୍ଚିତତା କାଳ ପାଇଁ ଘୁଂଚାଇ ଦେଇଛନ୍ତି । ଅମୀରଙ୍କ ପ୍ରତି ଦର୍ଶକଙ୍କ ବିରକ୍ତିଭାବ ଦେଖି ଟିସିରିଜ ଏହି ଡ୍ରିମ ପ୍ରୋଜେକ୍ଟକୁ ଏବେ ନ କରିବା ପାଇଁ ନିଷ୍ପତି ନେଇଛି । କ୍ୟାସେଟ କିଙ୍ଗ ଗୁଲଶନ କୁମାରଙ୍କ ଜୀବନୀ ଉପରେ ମୋଗଲ ଫିଲ୍ମ ଆଧାରିତ ଥିଲା । ଏଥିରେ ଅମୀର ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଟିସିରିଜ ମାଲିକ ଭୂଷଣ କୁମାର ଏବଂ ନିର୍ଦ୍ଦେଶକ ସୁବାଷ କାପୁରଙ୍କ ମତଭେଦ ଏହାର ଆଉ ଏକ କାରଣ ବୋଲି ବିବେଚନା କରାଯାଉଛି ।

BjdElectrycity

ଟିସିରିଜ ଅକ୍ଷୟ କୁମାର ଏବଂ ଅର୍ଶାଦ ୱାରସୀଙ୍କ ଜଲି ଏଲଏଲବି-୩ର ଶୁଟିଂ ଆରମ୍ଭ କରିଦେଇଛି । ମୋଗଲ ଫିଲ୍ମ ପାଇଁ ଅକ୍ଷୟ କୁମାର ପ୍ରଥମ ପସନ୍ଦ ଥିଲେ । ମାତ୍ର ଏହା ଚୂଡାନ୍ତ ହୋଇ ନ ପାରିବାରୁ ମେକର୍ସ ଅମୀରଙ୍କୁ ନେଇଥିଲେ । ସେ ସମୟରେ ଅମୀର ସର୍ତ ରଖିଥିଲେ ଲାଲ ସିଂ ଚଢ଼ା ପରେ ଏହାର ଶୁଟିଂ ଆରମ୍ଭ କରିବେ । ବର୍ତମାନ ଏହା ଫ୍ଲପ ହୋଇ ଯାଇଥିବାରୁ ମେକର୍ସଙ୍କ ଆଗ୍ରହ ଏଥିପ୍ରତି କମି ଯାଇଛି ।

Leave A Reply

Your email address will not be published.