Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ରାଜ୍ୟସଭା ସଭାପତିଙ୍କୁ ନିସର୍ତ୍ତ କ୍ଷମା ମାଗିବେ ରଘବ ଚଢ଼ା

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ନିଲମ୍ବନ ମାମଲାରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ରାଜ୍ୟସଭା ସଭାପତି ଜଗଦୀପ ଧନକଡ଼ଙ୍କୁ ସାକ୍ଷାତ କରି ନିସର୍ତ୍ତ କ୍ଷମା ମାଗିବାକୁ ରାଘବ ଚଢାଙ୍କୁ କହିଛନ୍ତି।

ତେବେ ଦୀପାବଳି ଛୁଟି ପରେ ଆଗାମୀ ୨୦ ନଭେମ୍ବରରେ ମାମଲାର ଶୁଣାଣି କରିବାକୁ କୋର୍ଟ କହିଛନ୍ତି। ସେହିପରି ମାମଲାର ଆଗାମୀ ଘଟଣାକ୍ରମ ସମ୍ପର୍କରେ କୋର୍ଟଙ୍କୁ ସୂଚନା ଦେବାକୁ ଆଟର୍ଣ୍ଣି ଜେନେରାଲଙ୍କୁ କୁହାଯାଇଛି। କୋର୍ଟ କହିଛନ୍ତି ଯେ ରାଘବ ଚଢା ପ୍ରଥମେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ଲିଖିତ ଆକାରରେ କ୍ଷମା ମାଗିବା ଉଚିତ, ଏହା ପରେ ଅଧ୍ୟକ୍ଷ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ବିଚାର କରିବେ।

ମାମଲାର ଶୁଣାଣି ପ୍ରଧାନ ବିଚାରପତି କହିଥିଲେ ଆମକୁ ଏହା ଧ୍ୟାନ ରଖିବାକୁ ପଡିବ ଯେ, ରାଘବ ଚଡ୍ଡା ବହୁତ କମ ବୟସର ଏମପି ଏବଂ ଏହା ତାଙ୍କର ପ୍ରଥମ କାର୍ଯ୍ୟକାଳ। ସେ ବିନା ସର୍ତ୍ତରେ କ୍ଷମା ମାଗିନେବେ। ଏଭଳି ଏହି ବିଷୟକୁ ଶେଷ କରିବା ଉଚିତ। ଏହି ସମୟରେ ସୁପ୍ରିମକୋର୍ଟଙ୍କୁ ମଧ୍ୟ କୁହାଯାଇଥିଲା ଯେ ରାଘବ ଚଢା ସମ୍ମାନଜନକ ଗୃହର ସର୍ବ କନିଷ୍ଠ ସଦସ୍ୟ। ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ହେବା ପରେ ରାଘବ ଚଢା ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ। ତାଙ୍କ ବିରୋଧରେ ବିଶେଷ ଅଧିକାର ଭଙ୍ଗ କରିବାର କୌଣସି ମାମଲା ନାହିଁ ବୋଲି ରାଘବ କହିଥିଲେ।

Leave A Reply

Your email address will not be published.