Latest Odisha News

BREAKING NEWS

ଓଡିଶାରେ ଟିମ୍ କୋରିଆ : ଅର୍ଥନୈତିକ ସହଯୋଗ ଉପରେ ଆଲୋଚନା , ଆସିପାରେ ନିବେଶ !

ଭୁବନେଶ୍ୱର : ଓଡିଶାରେ ଟିମ୍ କୋରିଆ । ଆଗକୁ ଓଡିଶାରେ କୋରିଆର ନିବେଶ ସମ୍ଭାବନା ରହିଛି । ଏନେଇ କୋରିଆ ଦୂତାବାସର ବାଣିଜ୍ୟିକ ପରାମର୍ଶଦାତା ଶ୍ରୀ ସଙ୍ଗଜୋଙ୍ଗ ସି ଏଚ୍ ଓ କହିଛନ୍ତି, ମୁଁ ନିଶ୍ଚିତ ଯେ ଆଇଟି, ନବୀକରଣ ଯୋଗ୍ୟ, ଅଙ୍ଗାରକାମ୍ଳ ବିହିନ, ବ୍ୟାଟେରି ଚାଳିତ ଯାନ, ବିମାନ ଚଳାଚଳ ଇତ୍ୟାଦି ସମେତ ଓଡିଶା ସରକାର ଧ୍ୟାନ ଦେଉଥିବା ସମସ୍ତ ଶିଳ୍ପ ବେଶ୍ ବୃଦ୍ଧି ପାଇବ।  “ଆମେ ଓଡ଼ିଶାକୁ ଭାରତର ସବୁଠାରୁ ବିକଶିତ ତଥା ଗତିଶୀଳ ରାଜ୍ୟ ଭାବେ ଦେଖିବାକୁ  ଅପେକ୍ଷା କରିଛୁ।

ଏହି ଅବସରରେ ରିପବ୍ଲିକ ଅଫ୍ କୋରିଆର ସହଭାଗିତା ଏବଂ ଶିଳ୍ପ ସହଯୋଗୀ ଇପିକଲ୍ ର ମିଳିତ ସହଯୋଗରେ ଭୁବନେଶ୍ୱରରେ ଏକ ଆନ୍ତଜାର୍ତିୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି  । ଯାହାର ନାମ ରହିଛି “କୋରିଆ-ଭାରତ  ସାମାଜିକ କର୍ତ୍ତବ୍ୟ ,ଅର୍ଥନୈତିକ ସହଯୋଗ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୂଖ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ,  ଇଡକୋ ଏବଂ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ  ପ୍ରମୂଖ ଏଥିରେ ଯୋଗ ଦେଇଥିଲେ  । ଭାରତ ଏବଂ କୋରିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରି ରଖିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିବା ଥିଲା ଏହି ଆଲୋଚନା ଚକ୍ରର ମୂଳ ଉଦ୍ଦେଶ୍ୟ ।

Leave A Reply

Your email address will not be published.