Latest Odisha News

BREAKING NEWS

ପିଆଜ ପାଇଁ ଠେଲାପେଲା : ୩୦ଟଙ୍କାରେ ପିଆଜ ବିକୁଛି ନାଫେଡ୍

ଭୁବନେଶ୍ୱର : ସାରା ରାଜ୍ୟକୁ ଏବେ କନ୍ଦାଉଛି ପିଆଜ  । କାରଣ ଦିନକୁ ଦିନ ଅହେତୁକ ଭାବେ ବଢିବାରେ ଲାଗିଛି ପିଆଜ ଦର  । କେବଳ ପିଆଜ ନୁହେଁ ଡାଲି , ଚାଉଳ ଦର ମଧ୍ୟ ବୃଦ୍ଧି ଘଟିଛି । ଯାହାକି ଏକ ମଧ୍ୟବିତ୍ତ ପରିବାର ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଦର ଯେତେ ବୃଦ୍ଧି ହେଲେ ବି ଲୋକେ ପିଆଜ କିଣିବାକୁ ବାଧ୍ୟ ହେଉଛନ୍ତି  । କାରଣ ରୋଷେଇ ପାଇଁ ସର୍ବାଧିକ ବହୁଳ ପରିବା ମଧ୍ୟରେ ରହିଛି ପିଆଜ । ଖୋଲା ବଜାରରେ ବର୍ତ୍ତମାନ ଦର କେଜି ପ୍ରତି ୭୦ରୁ ୮୦ ଟଙ୍କା ରହିଛି । ପିଆଜ ଦର ଆକାଶ ଛୁଆଁ ସ୍ଥିତି ମଧ୍ୟରୋ ଗ୍ରାହକ ମାନଙ୍କୁ ଟିକିଏ ଆଶ୍ବସ୍ତି ଦେଇଛି କେନ୍ଦ୍ର ସରକାରଙ୍କ ନାଫେଡ୍  ।

ନ୍ୟାସନାଲ ଏଗ୍ରିକଲଚର କୋପୋରେଟିଭ ମାର୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ ସଂସ୍ଥା ପକ୍ଷରୁ ଏବେ ଖାଉଟିଙ୍କୁ ୩୦ ଟଙ୍କା ଦରରେ ପିଆଜ  । ମୁଣ୍ଡ ପିଛା ୨ କିଲୋ ଲେଖାଏଁ ପିଆଜ ଦିଆଯାଉଛି । ଫଳରେ କମ ଦରରେ ପିଆଜ ନେବା ପାଇଁ ନାଫେଡ ସାମ୍ନାରେ ଠେଲା ପେଲା ହେଉଛନ୍ତି ଲୋକେ। କେବଳ ପିଆଜ ନୁହେଁ ବୁଟ ଡାଲି , ଭାରତ ଅଟା ମଧ୍ୟ ଶସ୍ତାରେ ବିକ୍ରି ହେଉଥିଲା  । ଡାଲି ବଜାରରେ ୬୦ ଟଙ୍କାରେ ବିକ୍ରି  କରାଯାଉଥିଲା ।  ରାଜ୍ୟରେ ଭୁବନେଶ୍ବର , କଟକ , ଯାଜପୁର , ବଲାଙ୍ଗୀର , ନୂଆପଡା , ରାୟଗଡା, ବ୍ରହ୍ମପୁର , ମାଲକାନଗିରି ଆଦି ଜିଲ୍ଲା  ଗୁଡିକରେ ଏବେ ପର୍ଯ୍ୟନ୍ତ ବିକ୍ରି ଚାଲିଛି । କିଛି ଦିନ ତଳେ କଂଗ୍ରେସ ମଧ୍ୟ ପିଆଜ ୩୦ ଟଙ୍କା ରେ ବିକି ଚର୍ଚ୍ଚା ରେ ଥିଲା ।

 

Leave A Reply

Your email address will not be published.