Latest Odisha News

ପୁରୀରେ ଆପ ଆରମ୍ଭ କଲା ବିଜୁଳି ଆମ ଅଧିକାର କ୍ୟାମ୍ପେନ

ପୁରୀ:ଆମ ଆଦମୀ ପାର୍ଟି ପକ୍ଷରୁ ଆଜି ପୁରୀରେ ଆରମ୍ଭ କରାଯାଇଛି ବିଜୁଳି ଆମ ଅଧିକାର କ୍ୟାମ୍ପେନ । ବେସରକାରୀ କମ୍ପାନୀକୁ ଫାଇଦାରେ ରଖିବା ପାଇଁ ବିଜେଡି ସାଧାରଣ ଲୋକଙ୍କୁ ହଇରାଣ କରୁଛି ବୋଲି ଆପ ଟାର୍ଗେଟ କରିଛି । ଅତି କମରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଦେୟ ଛାଡ କରାଯିବା ପାଇଁ ପାର୍ଟି ପକ୍ଷରୁ କୁହାଯାଇଛି । ବାରମ୍ବାର ବିଜୁଳି ଦର ବୃଦ୍ଧି କରାଯିବା, ଖରାଦିନ ପୁରୁଣା ବକେୟା ଆଳରେ ଅସହାୟ ଲୋକଙ୍କ ବିଜୁଳି କାଟ କରିବା ଭଳି କାର୍ଯ୍ୟ କରୁଛି । ଯଦି କୌଣସି ଅସହାୟ ଲୋକଙ୍କ ବିଜୁଳି କାଟ କରାଯାଉଛି ସେଠି ବିରୋଧ କରି ଆମକୁ ଜଣାଇଲେ ସେଠାରେ ଆପ ପକ୍ଷରୁ ବିଜୁଳି ସଂଯୋଗ କରାଯିବ ବୋଲି କୁହାଯାଇଛି ।

ଆପର ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି, ସମ୍ପାଦକ ସତ୍ୟଜିତ ମହାନ୍ତି ଓ ପୁରୀ ପୌରପାଳିକା ଅଧ୍ୟକ୍ଷ ରାକେଶ ନନ୍ଦ ପ୍ରମୁଖ ଏଥିନେଇ ଆୟୋଜିତ ପ୍ରେସ କନଫେରେନ୍ସରେ ଉପସ୍ଥିତ ଥିଲେ । ୯ ନମ୍ବର ୱାର୍ଡର ମୀନା ଦେଇଙ୍କ ବିଜୁଳି କଟାଯାଇଥିଲା । ଏହି ଅସହାୟ ମହିଳାଙ୍କ ଘରେ ଆପର ଅଂଶୁମାନ ନେତୃତ୍ୱରେ ବିଜୁଳି ସଂଯୋଗ କରାଯାଇଥିଲା ।

Comments are closed.