Latest Odisha News

BREAKING NEWS

ପିଏମ୍ ମୋଦିଙ୍କୁ କାଉଣ୍ଟର, ଆମ୍ ଆଦମୀ ପାର୍ଟି ଆରମ୍ଭ କଲା ‘ଡିଗ୍ରୀ ଦେଖାଅ’ ଅଭିଯାନ

ନୂଆଦିଲ୍ଲୀ: ସାର୍ଟିଫିକେଟ୍ ଲଢ଼େଇକୁ ଶାଣିତ କଲା ଆମ୍ ଆଦମୀ ପାର୍ଟି । ଶନିବାର ଆପ୍ ପକ୍ଷରୁ ତୁମ ‘ଡିଗ୍ରୀ ଦେଖାଅ’ ଅଭିଯାନ ଆରମ୍ଭ ହୋଇଛି । ବିଜେପି ନେତାଙ୍କୁ ଶିକ୍ଷାଗତ ପ୍ରମାଣପତ୍ର ଦେଖାଇବାକୁ ଦଳ ଚ୍ୟାଲେଞ୍ଜ ଦେଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷା ପ୍ରମାଣ ପତ୍ର ମାଗିବା ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିକଟରେ ଗୁଜରାଟ ହାଇକୋର୍ଟ ୨୫ ହଜାର ଟଙ୍କା ଜରିମାନା କରିଥିଲେ । ଏହା ପରେ ଆଜି ଦଳ ପକ୍ଷରୁ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଅତିଶୀ ‘ଡିଗ୍ରୀ ଦେଖାଅ’ ଅଭିଯାନର ଘୋଷଣା କରିଛନ୍ତି ।

ଅତିଶୀ କହିଛନ୍ତି, ‘ଡିଗ୍ରୀ ଦେଖାଅ’ ଅଭିଯାନ ଆଜିଠୁ ଆରମ୍ଭ ହୋଇଛି । ଆପଣଙ୍କ ନେତା ବି ଆପଣଙ୍କୁ ସବୁଦିନ ଡିଗ୍ରୀ ଦେଖାନ୍ତୁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆପ୍ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଶିକ୍ଷା ପ୍ରମାଣପତ୍ରକୁ ନେଇ ଅଧିକ ଆକ୍ରାମଣାତ୍ମକ ହୋଇଛି । ଦଳ ପକ୍ଷରୁ ବିଭିନ୍ନ ସହରରେ ମୋଦିଙ୍କୁ ଟାର୍ଗେଟ୍ କରି ପୋଷ୍ଟର ଲଗାଯାଇଛି ।

୨୦୧୬ରେ ଆରଟିଆଇ ମାଧ୍ୟମରେ କେଜ୍ରିୱାଲ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶିକ୍ଷାଗତ ପ୍ରମାଣପତ୍ର ମାଗିଥିଲେ । ଯାହାକୁ ନେଇ ଜାତୀୟ ସୂଚନା କମିଶନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗୁଜରାଟ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀଙ୍କ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷାର ତଥ୍ୟ ମାଗିଥିଲେ ।

ତତକ୍ଷଣାତ୍ ଗୁଜରାଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୱେବସାଇଟରେ ପିଏମ୍ ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ର ସ୍ଥାନ ପାଇଥିଲା । ପରେ ବିଜେପି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମୋଦି ବିଏ ଏବଂ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ଏମଏ କରିଥିବା ଫଟୋ ସେୟାର କରିଥିଲା । ଯାହାକୁ ନେଇ କେଜ୍ରିୱାଲ୍ ଦାବି କରିଥିଲେ ସମାନତା ନାହିଁ ।

Leave A Reply

Your email address will not be published.