Latest Odisha News

BREAKING NEWS

ବାଘ ସଂଖ୍ୟା ବୃଦ୍ଧି ଦେଶ ପାଇଁ ଗୌରବର ବିଷୟ : ନରେନ୍ଦ୍ର ମୋଦି

କର୍ଣ୍ଣାଟକ : ଦେଶରେ ବାଘ ସଂଖ୍ୟାରେ ବୃଦ୍ଧି ହୋଇଛି ଓ ଏହା ଦେଶପାଇଁ ଗୌରବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଦେଶରେ ବାଘ ସଂଖ୍ୟା ବୃଦ୍ଧି ପାଇ ୩ ହଜାର ୧୬୭ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ୫୩ଟି ବ୍ଯାଘ୍ର ପ୍ରକଳ୍ପ ରହିଥିବାବେଳେ ଜାତୀୟ ବ୍ଯାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନଟିସିଓ ଦ୍ବାରା ସ୍ବୀକୃତିପ୍ରାପ୍ତ ହୋଇଛନ୍ତି ୩୫ଟି ପ୍ରକଳ୍ପ । ବର୍ତ୍ତମାନ ବିଶ୍ବର ମୋଟ ବାଘ ସଂଖ୍ୟାର ପ୍ରାୟ ୭୫ ପ୍ରତିଶତ ଭାରତରେ ରହିଛନ୍ତି ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହୀଶୂରରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ସୂଚନା ଦେଇଛନ୍ତି।

ମୋଦି କହିଛନ୍ତି, ଭାରତ କେବଳ ବାଘମାନଙ୍କୁ ବଞ୍ଚାଇ ନାହିଁ ବରଂ ସେମାନଙ୍କୁ ଏକ ଇକୋସିଷ୍ଟମ ମଧ୍ୟ ଦେଇଛି ଯାହା ଫଳରେ ସେମାନେ ତାଙ୍କ ବଂଶ ବୃଦ୍ଧି କରିପାରିବେ। ଦଶନ୍ଧି ପୂର୍ବରୁ ଭାରତରେ ଚିତା ବିଲୁପ୍ତ ହୋଇଯାଇଥିଲା କିନ୍ତୁ ଆମେ ଦକ୍ଷିଣ ଆଫ୍ରିକା ଏବଂ ନାମିବିଆରୁ ଚିତା ଆଣିଥିଲୁ ଏବଂ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଚିତା ଆଣିବାରେ ଆମେ ସଫଳ ହୋଇଛୁ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଆଗକୁ ମଧ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ଅନେକ କାର୍ଯ୍ୟ କରାଯିବ ।

କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ‘ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ୍ ଆଲାଏନ୍ସ (ଆଇବିସିଏ)ର ମଧ୍ୟ ଆରମ୍ଭ କରିଛନ୍ତି। ବାଘ ଓ ସିଂହ ସମେତ ବିଶ୍ୱର ‘ବିଗ୍ କ୍ୟାଟ୍’ ପରିବାରର ୭ଟି ପ୍ରମୁଖ ପ୍ରଜାତିର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଆଇବିସିଏ ଲକ୍ଷ୍ୟ ରଖିଛି। ଏହି ଅବସରରେ ମୋଦି ‘ଅମୃତ କାଳର ଟାଇଗର ଭିଜନ’ ଶୀର୍ଷକ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରିଛନ୍ତି, ଯେଉଁଥିରେ ଆସନ୍ତା ୨୫ ବର୍ଷ ମଧ୍ୟରେ ଦେଶରେ ବାଘ ସଂରକ୍ଷଣ ନେଇ ଯୋଜନା ସମ୍ପର୍କରେ ଦର୍ଶାଯାଇଛି।

Leave A Reply

Your email address will not be published.