Latest Odisha News

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯୁଦ୍ଧ ଅପରାଧୀଙ୍କ ଶୁଣାଣୀରେ ସାମିଲ ଶେଷ ଓକିଲ ଫ୍ରେଙ୍କଜଙ୍କ ପରଲୋକ

ନୂଆଦିଲ୍ଲୀ:ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯୁଦ୍ଧ ଅପରାଧୀଙ୍କ ଶୁଣାଣୀରେ ସାମିଲ ଶେଷ ଓକିଲ ବେନ ଫ୍ରେଙ୍କେଜଙ୍କ ୧୦୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଫ୍ଲୋରିଡାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜନସଂହାର ରଚିଥିବା ଦୋଷୀଙ୍କୁ ଦଣ୍ଡ ଦେଇଥିବାରୁ ସେ ସର୍ବନା ସ୍ମରଣୀୟ ହୋଇ ରହିବେ । ୧୯୪୩ରେ ସେ ହାୱାର୍ଡ ଲ ସ୍କୁଲରେ ପାଠ ପଢ଼ିଥିଲେ । ଏହା ପରେ ସେ ଆମେରିକା ସେନାରେ ସାମିଲ ହୋଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ ସେ ନ୍ୟୁୟର୍କ ଫେରିଥିଲେ ଏବଂ ଓକିଲାତି ଆରମ୍ଭ କରିଥିଲେ ।

ପୂର୍ବ ୟୁରୋପରେ ହିଟଲରଙ୍କ ନେତୃତ୍ୱରେ ନାଜିମାନେ ୧୦ଲକ୍ଷ ଲୋକଙ୍କୁ ମାରିଥିଲେ । ଏଥିରେ ୨୨ ବଡ ନାଜି ଅଫିସର ଅଭିଯୁକ୍ତ ଥିଲେ । ବେନଙ୍କ ଓକିଲାତି ବୁଦ୍ଧି ଯୋଗୁ ଏମାନଙ୍କ ମଧ୍ୟରୁ ୧୨ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆ ଯାଇଥିଲା । ଅନ୍ୟମାନଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେବେଠାରୁ ବେନ ଘରେ ଘରେ ପରିଚିତ ହୋଇ ଯାଇଥିଲେ । ଏବେ ତାଙ୍କ ମୃତ୍ୟୁ ପରେ ନ୍ୟାୟ ପାଇଥିବା ପରିବାରବର୍ଗଙ୍କ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.