Latest Odisha News

BREAKING NEWS

ଯାଜପୁର ଓ ପୁରୀରେ ହେବ ମେଡିକାଲ କଲେଜ: କ୍ୟାବିନେଟ୍ ଦେଲା ମଞ୍ଜୁରୀ

ଭୁବନେଶ୍ବର: ଯାଜପୁର ଓ ପୁରୀରେ ଖୋଲିବ ମେଡିକାଲ କଲେଜ । ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ମେଡିକାଲ କଲେଜ ଖୋଲିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପୁରୀରେ ୧୦୦ ସିଟ୍ ମେଡିକାଲ କଲେଜ ଓ ୬୫୦ ଶଯ୍ୟାର ହସ୍ପିଟାଲ ପ୍ରତିଷ୍ଠା ହେବ । ଏଥିପାଇଁ ଖର୍ଚ୍ଚ ହେବ ୨୨୪ କୋଟି ୫୫ ଲକ୍ଷ । ଯାଜପୁରରେ ୧୦୦ ସିଟ୍ ମେଡିକାଲ କଲେଜ ଓ ୫୦୦ ଶଯ୍ୟାର ହସ୍ପିଟାଲ ନିର୍ମାଣ କରାଯିବ । ମେଡିକାଲ କୋଠା ଓ ଭିତ୍ତିଭୂମି ପାଇଁ ୪୨୬ କୋଟି ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଆସନ୍ତା ୩ ବର୍ଷ ମଧ୍ୟରେ ପୁରୀ ଓ ଯାଜପୁର ମେଡିକାଲ କଲେଜ ନିର୍ମାଣ କାମ ଶେଷ ହେବ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଦୁଇଟି ମେଡିକାଲ କଲେଜ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଗତ ସପ୍ତାହରେ ହୋଇଥିବା କ୍ୟାବିନେଟ୍ ବୈଠକରେ କନ୍ଧାମାଳରେ ମେଡିକାଲ ନିର୍ମାଣ ପାଇଁ ଘୋଷଣା କରିଥିଲେ ସରକାର । କଳାହାଣ୍ଡି ଓ କେନ୍ଦୁଝରରେ ନୂତନ ମେଡିକାଲ ନିର୍ମାଣ କାମ ଚାଲିଛି । ଏବେ ରାଜ୍ୟରେ ୧୨ଟି ମେଡିକାଲ କଲେଜ ରହିଛି । ସେଥିରୁ ୮ଟି ସରକାରୀ ଓ ୪ଟି ବେସରକାରୀ ମେଡିକାଲ କଲେଜ ।

Leave A Reply

Your email address will not be published.