Latest Odisha News

BREAKING NEWS

କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ହେଲେ ମହମ୍ମଦ ଅବଦାଲ ଅଖତର

କୋରାପୁଟ : କୋରାପୁଟ ଜିଲ୍ଲାରେ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ମହମ୍ମଦ ଅବଦଲ ଅଖତର । ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କଠାରୁ ଦାୟିତ୍ଵ ନେଇଛନ୍ତି ଅବଦଲ ଅଖତର । ଦାୟିତ୍ଵ ଗ୍ରହଣ ସମୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ସ୍ବାଗତ ଜଣାଇଛନ୍ତି ।

କୋଟିଆ ବିବାଦରେ ରାଜ୍ୟ ସରକାରଙ୍କ କଡ଼ା ନଜର ରହିଛି ଯାହା ନିର୍ଦ୍ଦେଶ ଆସିବ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାରେ ଏହାକୁ ସମାଧାନ କରିବା ନେଇ ପ୍ରତିଶୃତି ଦେଇଛନ୍ତି । କୋରାପୁଟ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟକ୍ରମ ଉପରେ ଜିଲ୍ଲା ପ୍ରଶାସନର ପ୍ରାଥମିକତା ରହିବା ନେଇ ସୂଚନା ଦେଇଛନ୍ତି ନୂତନ ଜିଲ୍ଲାପାଳ ।

Leave A Reply

Your email address will not be published.