Latest Odisha News

BREAKING NEWS

ଖଣ୍ଡଗିରି ମେଳା ହେବ କି ନାହିଁ: ବିଚାର ବିମର୍ଶ ପରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି

ଭୁବନେଶ୍ବର: ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଖଣ୍ଡଗିରି ମେଳା ହେବ କି ନାହିଁ, ତାହା ବର୍ତ୍ତମାନ ନିଷ୍ପତ୍ତି ହୋଇନାହିଁ । ଏନେଇ ବିଏମସି କମିଶନରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ପୂର୍ବ ସ୍ଥାନରେ ଜାତୀୟ ରାଜପଥ କାର୍ଯ୍ୟ ଚାଲିଛି । ଦୈନିକ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି । ତେଣୁ ଉକ୍ତ ସ୍ଥାନରେ କୋଭିଡ କଟକଣା ମଧ୍ୟରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ ।

୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୋଟିଏ ସ୍ଥାନରେ ନକରି ଦୁଇ ବା ତିନୋଟି ସ୍ଥାନରେ ପୃଥକ ପୃଥକ ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଏ ବାବଦରେ  ଆଲୋଚନା କରି ଉଭୟଙ୍କ ପରାମର୍ଶ ନିଆଯାଇଛି । ଏନେଇ ବିକଳ୍ପ ସ୍ଥାନ ଖୋଜା ଚାଲିଛି ।

ଆଜି ପୁଣି ଆୟୋଜକଙ୍କ ସହ ଆଲୋଚନା ହେବ ଓ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । କରୋନାର ସଫଳ ମୁକାବିଲାରେ ରାଜଧାନିବାସୀଙ୍କ ସହଯୋଗ ମିଳିଛି । କୌଣସି ଭୁଲ ନିଷ୍ପତ୍ତି ପୁଣି ବୁମେରାଙ୍ଗ ହୋଇପାରେ । ଏଣୁ ସବୁ ଦିଗକୁ ଦୃଷ୍ଟିରେ ରଖି ଖଣ୍ଡଗିରି ଯାତ୍ରା ପାଇଁ ନିଷ୍ପତ୍ତି ନିଆଯିବ ।

Leave A Reply

Your email address will not be published.