Latest Odisha News

BREAKING NEWS

କୋଲକାତାର କଣ୍ଟ୍ରାକ୍ଟ କିଲର୍ ଅଭିଷେକ ବଚ୍ଚନ !

ମୁମ୍ବାଇ: ୱେବ୍ ସିରିଜର ସଫଳତା ପରେ ଅଭିନେତା ଅଭିଷେକ ବଚ୍ଚନଙ୍କ ହାତରେ ବେଶ କିଛି ବଡ ପ୍ରୋଜେକ୍ଟ ରହିଛି । ଖାସ୍ ଏଥିପାଇଁ ସେ ଏବେ କୋଲକାତାରେ ଡେରା ପକାଇଛନ୍ତି । ୨୦୧୨ରେ ରିଲିଜ୍ ହୋଇଥିବା ଫିଲ୍ମ କାହାନୀର ସ୍ପିନ୍ ଅଫ୍ ପାର୍ଟରେ ତାଙ୍କୁ ଖୁବଶୀଘ୍ର ଦେଖିବାକୁ ମିଳିବ ।

ଫିଲ୍ମର ଟାଇଟଲ୍ ବବ୍ ବିଶ୍ୱାସ ଥିବାବେଳେ ଏହାର ସୁଟିଂ ପାଇଁ ଅଭିଷେକ କୋଲକାତାରେ ଅଛନ୍ତି । ଏହି ଫିଲ୍ମରେ ତାଙ୍କୁ ଜଣେ କଣ୍ଟ୍ରାକ୍ଟ କିଲର୍ କିର୍ଦାରରେ ଦେଖିବାକୁ ମିଳିବ । ତେବେ ସୁଟିଂ ସେଟ୍‌ରେ ଅଭିଷେକଙ୍କ ଏହି ଫଟୋଗୁଡିକ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ସାଧାରଣ ସାର୍ଟ, ବେଗି ଟ୍ରାଉଜର୍‌, ଚଷମା ଓ ଅଳ୍ପ ଚନ୍ଦା ଲୁକରେ ତାଙ୍କୁ ଫିଲ୍ମରେ ବବ୍ ଭୂମିକାରେ ଦେଖିବାକୁ ମିଳିବ । ଅନ୍ୟପଟେ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂ ବି ଫିଲ୍ମର କାଷ୍ଟିଂରେ ସମିଲ ହୋଇଛନ୍ତି । କରୋନା କଟକଣାରେ ବି କୋଲକାତାରେ ଚାଲିଛି ଫିଲ୍ମ ବବ୍ ବିଶ୍ୱାସର ସୁଟିଂ । ଏହି ଫିଲ୍ମ ଜରିଆରେ ଦିବ୍ୟା ଘୋଷ ବଲିଉଡରେ ଡେବ୍ୟୁ କରିଥିବାବେଳେ ପପୁଲାର ବେଙ୍ଗଲି ଆକ୍ଟର ଶାଶ୍ୱତ ଚାଟ୍ଟାର୍ଜିଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Leave A Reply

Your email address will not be published.