Latest Odisha News

BREAKING NEWS

ହାର୍ଡକୋର୍ ଆକ୍ସନ୍ ମୁଡ୍‌ରେ ଅନନ୍ୟା ପାଣ୍ଡେ !

ମୁମ୍ବାଇ: ଗତବର୍ଷ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ନବାଗତା ତଥା ଷ୍ଟାରକିଡ୍ ଅନନ୍ୟା ପାଣ୍ଡେ । ତାଜା ସ୍ଥିତିରେ ତାଙ୍କ ହାତରେ ରହିଛି ୪ଟି ଫିଲ୍ମ ସହ ଏକାଧିକ ଆଡ୍ ଫିଲ୍ମ । ବେଶ କମ୍ ସମୟ ଭିତରେ ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି ।

ଏକ ଇଣ୍ଟରଭ୍ୟୁ ଅବସରରେ ସେ କହିଥିଲେ, “ଦର୍ଶକଙ୍କ ଆଶା ଓ କାମର ଚାପ ମୋତେ ଉତ୍ସାହିତ କରିଥାଏ । ଆରମ୍ଭରୁ ହିଁ ଏକାଧିକ ଫିଲ୍ମ ଜରିଆରେ ମୁଁ ଫ୍ୟାନ୍ ଫଲୋଇଙ୍ଗ କ୍ରିଏଟ୍ କରିବାରେ ସଫଳ ହୋଇଛି । ସର୍ବସାଧାରଣରେ ଡାଇଲଗ କିମ୍ବା ସେଲଫି ନେବାକୁ କେହି ଅନୁରୋଧ କଲେ ମୋତେ ବହୁତ ଖୁସୀ ଲାଗେ । ଦର୍ଶକ ମୋଠୁ ଉଚ୍ଚକୋଟୀର ଅଭିନୟ ଆଶା କରିବା ମୋତେ ପ୍ରତି ସମୟରେ ଉତ୍ସାହିତ କରିଆସିଛି । ଜଣେ ଅଭିନେତ୍ରୀ ଭାବେ ମୁଁ ମୋ ସ୍ୱପ୍ନରେ ବଂଚୁଛି । ଜଣେ କଳାକାରକୁ ଦର୍ଶକଙ୍କ ଚାହିଦା ଛଡା ଅନ୍ୟ କିଛି ଆବଶ୍ୟକତା ପଡିନଥାଏ “

ବରିଷ୍ଠ ଅଭିନେତା ଚଙ୍କି ପାଣ୍ଡେଙ୍କ ଲାଡଲି ଅନନ୍ୟା ନିକଟରେ ପତି ପତ୍ନୀ ଔର ୱହ ଓ ଖାଲି ପାଲି ଭଳି ପ୍ରୋଜେକ୍ଟରେ ନଜର ଆସିଥିଲେ । ତେବେ ଆଗାମୀ ଦିନରେ ସେ ରୋମାଣ୍ଟିକ କିମ୍ବା କମେଡିକୁ ବାଦ୍ ଦେଲେ ହାର୍ଡକୋର୍ ଆକ୍ସନ୍ ମୁଭିରେ ଅଭିନୟ କରିବାକୁ ମନ ବଳାଇଛନ୍ତି । ଏଥିପାଇଁ ସେ ସୁଯୋଗକୁ ଅପେକ୍ଷା କରିଥିବାବେଳେ ପାଇପ୍‌ଲାଇନ୍‌ରେ ଥିବା ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି ।

Leave A Reply

Your email address will not be published.