Latest Odisha News

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ସପ୍ତମ ସନ୍ଧ୍ୟା

ଭୁବନେଶ୍ବର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ୧୨ ଦିନ ଧରି ଡିସେମ୍ବର ୧୫ ତାରିଖରୁ ଜନତା ମଇଦାନରେ ଆୟୋଜିତ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ସପ୍ତମ ସନ୍ଧ୍ୟାରେଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଅଧିନସ୍ଥ ହସ୍ତତନ୍ତ ରପ୍ତାନୀ ବିକାଶ ପରିଷଦର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଏନ ଶ୍ରୀଧର ଏବଂ ଯୁଗ୍ମ ନିର୍ଦ୍ଦେଶକ,ସୁନ୍ଦର ମୁରୁଗେସନ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ ଅତିଥି ଦ୍ଵୟଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସପ୍ତମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ଉଦୀୟମାନ କଣ୍ଠଶିଳ୍ପୀ ତନୁଶ୍ରୀ ଜେନା, ବର୍ଣ୍ଣାଳୀ ହୋତା, ପ୍ରଭୁପଦ ମହାନ୍ତି ଓ ପଦ୍ମଶ୍ରୀ ଖଟେଇ ସଂଗୀତ ପରିବେଷଣ କରିଥିଲେ। ଏହି ମେଳା ପ୍ରତ୍ୟହ ଅପରାହ୍ନ ୨.୩୦ ରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବା ସହିତ ସନ୍ଧ୍ୟା ୬ ଟା ରୁ ୯.୩୦ ପର୍ଯ୍ୟନ୍ତ ମେଳା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛି।

Leave A Reply

Your email address will not be published.