Latest Odisha News

BREAKING NEWS

ଅଭୁଲା ୨୦୨୩: ଗୁଗୁଲରେ ସବୁଠାରୁ ଖୋଜା ଯାଇଥିବା ଆମ୍ବ ଆଚାର, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି

ଭୁବନେଶ୍ଵର: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରକାଶ ପାଇଛି ଗୁଗୁଲର ବାର୍ଷିକ ସନ୍ଧାନ ତାଲିକା । ଚଳିତବର୍ଷ ଗୁଗୁଲରେ ଭାରତର ସବୁଠାରୁ ଅଧିକ ଖୋଜା ଯାଇଥିବା ରେସିପିର ତାଲିକା ପ୍ରକାଶ ପାଇଛି । କୌତୁହଳର ବିଷୟ ଏହା ଯେ, ଚଳିତ ବର୍ଷ ଆମ ଦେଶର ପାରମ୍ପାରିକ ଦେଶୀ ଖାଦ୍ୟ ସବୁ ଖାଦ୍ୟକୁ ପଛରେ ପକାଇ ଆଗରେ ସ୍ଥାନ ପାଇଛି । ଆଉ ତା’ଭିତରେ ସବୁଠାରୁ ଆଗରେ ରହିଛି ପାରମ୍ପାରିକ ଆମ୍ବ ଆଚାର । ଅଧିକାଂଶ ଲୋକ ଗୁଗୁଲରେ ଖଟା-ମିଠା ଆମ୍ବ ଆଚାରର ରେସିପିର ସନ୍ଧାନ କରିଛନ୍ତି । ଆମ୍ବ ଆଚାର ଯେ କେବଳ ସ୍ୱାଦିଷ୍ଟ ତାହା ନୁହେଁ ବରଂ ଏଥିରେ ଅନେକ ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ | ତେବେ ଆସନ୍ତୁ ଜାଣିବା ଘରେ କିପରି ଏହି ସ୍ଵାଦିଷ୍ଟ ଆମ୍ବ ଆଚାର ପ୍ରସ୍ତୁତ କରାଯାଇପାରିବ |

ଆବଶ୍ୟକୀୟ ସାମଗ୍ରୀ :

  • ୨ କିଲୋଗ୍ରାମ କଟା ଆମ୍ବ |
  • ୧୦୦ ଗ୍ରାମ ଭଜା ମେଥି
  • ନାଲି ଲଙ୍କା ପାଉଡର (ଆବଶ୍ୟକତା ଅନୁଯାୟୀ)
  • ଲୁଣ (ସ୍ୱାଦ ଅନୁସାରେ)
  • ହେଙ୍ଗୁ
  • ୫୦ ଗ୍ରାମ କଳା ଜୀରା
  • ୧୦୦ ଗ୍ରାମ ପାନମଧୁରୀ
  • ୫୦ ଗ୍ରାମ ହଳଦୀ ପାଉଡର
  • ଦେଢ ଲିଟର ସୋରିଷ ତେଲ

ସ୍ୱାଦିଷ୍ଟ ଆମ୍ବ ଆଚାର ପାଇଁ ଏହି ସମସ୍ତ ଉପାଦାନ ନିତ୍ୟାନ୍ତ ଆବଶ୍ୟକ |

ଏହା ମଧ୍ୟ ପଢନ୍ତୁ

https://odishasambad.in/know-what-people-searched-for-the-most-on-google-in-this-year/

ପ୍ରସ୍ତୁତି ପ୍ରଣାଳୀ:
ଆମ୍ବ ଆଚାର ତିଆରି କରିବା ପାଇଁ ପ୍ରଥମେ ଆମ୍ବକୁ ସମାନ ଆକାରର ଛୋଟ ଖଣ୍ଡରେ କାଟି ଶୁଖିବାକୁ ରଖନ୍ତୁ | ଗୋଟେ ଦିନ ସମ୍ପୁର୍ଣ୍ଣ ଭାବରେ ଏହି ଆମ୍ବକୁ ଖରାରେ ଶୁଖିବାକୁ ଛାଡିଦିଅନ୍ତୁ । ଏହା ପରେ, ଏକ କପ ତେଲରେ ସବୁ ସାମଗ୍ରୀ ଯେପରିକି, ମେଥୀ, ଲଙ୍କା ଗୁଣ୍ଡ, ଲୁଣ, କଳା ଜୀରା, ପାନ ମଧୁରୀ, ହଳଦୀ ପାଉଡର ଭଲଭାବରେ ମିଶାଇ ଦିଅନ୍ତୁ । ଏହି ସମସ୍ତ ମସଲାକୁ ଆମ୍ବ ସହ ଭଲଭାବରେ ମିଶାଇ ଏକ କାଚ ବୋତଲରେ ରଖିଦିଅନ୍ତୁ । ଧ୍ୟାନ ରଖିବେ ଯେପରି ସବୁ ମସଲା ଆମ୍ବ ଖଣ୍ଡ ସହ ଭଲଭାବରେ ଲାଗିଯିବ । ତା’ପରେ ସେହି କାଚ ବୋତଲରେ ତେଳ ଓ ବଳକା ଥିବା ମସଲା ମିଶାଇ ବୋତଲର ଠିପି ବନ୍ଦ କରି ତାକୁ ପୁଣିଥରେ ଟାଣ ସୂର୍ଯ୍ୟକିରଣରେ ଶୁଖିବାକୁ ଛାଡିଦିଅନ୍ତୁ । ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଆଚାର ବୋତଲକୁ ଭଲଭାବରେ ମିଶାଇ ଖରାରେ ଶୁଖାନ୍ତୁ । ସପ୍ତାହେ ପରେ ଦେଖିବେ ଆମ୍ବ ସମ୍ପୁର୍ଣ୍ଣ ଭାବରେ ନରମ ହୋଇଯାଇଥିବା ଓ ମସାଲା ମଧ୍ୟ ଭଲଭାବରେ ଆମ୍ବ ସହ ମିଶିଯାଇଥିବା । ଏହାପରେ ବଳକା ସୋରିଷ ତେଲକୁ ଗରମ କରି ଏଥିରେ ଢାଳନ୍ତୁ । ପ୍ରସ୍ତୁତ ହୋଇଗଲା ସ୍ଵାଦିଷ୍ଟ ଆମ୍ବ ଆଚାର । ଏହାକୁ ଆପଣ ରୁଟି, ପରଟା କିମ୍ବା ଭାତ ସହ ଖାଇପାରିବେ । ଛୋଟ ଠୁ ବୁଢା ଏହା ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସିବ ।

Leave A Reply

Your email address will not be published.