Latest Odisha News

BREAKING NEWS

କମୁଛି ପାରଦ , ବଢୁଛି ଶୀତ : ୧୦ଡିଗ୍ରୀ ତଳେ ୧୬ ସହର, ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ  ।  ପ୍ରବଳ ଜାଡ଼ରେ ଥରୁଛନ୍ତି ଓଡିଶାବାସୀ  । ଶୀତରୁ ରକ୍ଷା ପାଇବା ପାଇଁ କିଏ  ଚା ଖଟିରେ ଭିଡ ଜମାଉଛି ତ ଆଉ କିଏ ନିଆଁ ପୋଇଁ ହେଉଛି  । ଏହାରି ମଧ୍ୟରେ ଆଜି ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି  । ୧୬ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରି ରେକର୍ଡ କରାଯାଇଛି।

ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୫.୬ ,  ଫୁଲବାଣୀରେ ୬, କିରେଇରେ ୭.୧, କୋରାପୁଟରେ ୭.୭ ଡିଗ୍ରୀ, କେନ୍ଦୁଝରରେ ୭.୮, ଦାରିଙ୍ଗବାଡ଼ିରେ ୮, ଅନୁଗୁଳରେ ୮.୬,  ଭବାନୀପାଟଣାରେ ୮.୬, ରାଉରକେଲାରେ ୮.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୯ ଡିଗ୍ରୀ ,  ନବରଙ୍ଗପୁରରେ ୯, ସୋନପୁରରେ ୯.୩ ଓ ଝାରସୁଗୁଡ଼ାରେ ୯.୪ ଡିଗ୍ରୀ ଓ  ରାଣୀତାଲରେ ୯.୪ , ଓ ଚିପିଲିମାରେ ୯.୮ ଡିଗ୍ରୀ  ତାପମାତ୍ରା ରେକର୍ଡ କରାଯାଇଛି  । ସେହିପରି  କଟକ ଓ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରେକର୍ଡ କରାଯାଇଛି। ଆଗାମୀ ୩ଦିନ ଯାଏଁ ପାଗ ଶୁଖିଲା ରହିବା ସହ କିଛି ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ  ।

Leave A Reply

Your email address will not be published.