Latest Odisha News

BREAKING NEWS

୫୦ ପ୍ରତିଶତ ବଢିଛି ବାଲ୍ୟ ବିବାହ ମାମଲା: କର୍ଣ୍ଣାଟକରେ ସର୍ବାଧିକ

ନୂଆଦିଲ୍ଲୀ: ଏନସିଆରବି ତଥ୍ୟ ଅନୁଯାୟୀ, ୨୦୨୦ ମସିହାରେ ବାଲ୍ୟ ବିବାହ ମାମଲାରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି।

୨୦୨୦ ର ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ତଥ୍ୟ ଅନୁଯାୟୀ, ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ମୋଟ ୭୮୫ ମାମଲା ପଞ୍ଜିକୃତ ହୋଇଛି।

ପଞ୍ଜୀକୃତ ମାମଲା ସଂଖ୍ୟା ୧୮୪ ସହିତ କର୍ଣ୍ଣାଟକ ସର୍ବାଧିକ ସ୍ଥାନରେ ରହିଛି। ତା’ପରେ ଆସାମ ୧୩୮ ସହିତ ଦ୍ବିତୀୟରେ ରହିଛି। ସେହପରି ପଶ୍ଚିମବଙ୍ଗରେ ୯୮, ତାମିଲନାଡୁ ୭୭ ଏବଂ ତେଲେଙ୍ଗାନାରେ ୬୨ ରହିଛି।

୨୦୧୯ରେ, ୫୨୩ଟି ମାମଲା ପଞ୍ଜୀକୃତ ହୋଇଥିବାବେଳେ ୨୦୧୮ରେ ୫୦୧ ଟି ମାମଲା ପଞ୍ଜିକୃତ ହୋଇଥିଲା।

ତଥ୍ୟ ଅନୁଯାୟୀ, ୨୦୧୭ ରେ ୩୯୫, ୨୦୧୬ ରେ ୩୨୬ ଏବଂ ୨୦୧୫ ରେ ୨୯୩ ରହିଥିଲା।

ଭାରତୀୟ ନିୟମ ଅନୁଯାୟୀ ବାଲ୍ୟ ବିବାହ ହେଉଛି ଏକ ବିବାହ ପ୍ରଥା ଯେଉଁଥିରେ ୧୮ ବର୍ଷରୁ କମ୍‌ ବୟସର  ଝିଅମାନଙ୍କୁ ୨୧ ବର୍ଷ ତାଠାରୁ କମ୍‌ ବୟସର ପୁଅମାନଙ୍କ ସହିତ ବିବାହ କରାଯାଇଥାଏ।।

Leave A Reply

Your email address will not be published.