Latest Odisha News

BREAKING NEWS

ବରଗଡ ଜିଲ୍ଲା ନୃସିଂହନାଥ ରେଂଜରେ ହାତୀ ଆତଙ୍କ, ବ୍ୟାପକ ଫସଲ ନଷ୍ଟ

ବରଗଡ: ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ । ଆତଙ୍କିତ ହୋଇପଡିଛନ୍ତି ବରଗଡ ଜିଲ୍ଲା ଉପଖଣ୍ଡ ପଦ୍ମପୁର ନୃସିଂହନାଥ ରେଂଜ ଅଂଚଳ ବାସିନ୍ଦା । ବିଗତ ତିନିଦିନ ଧରି ସ୍ଥାନୀୟ ଅଂଚଳରେ ଦୁଇଦୁଇଟି ହାତୀ ଆତଙ୍କ ଖେଳାଇଥିବା ସୂଚନା ରହିଛି ।

ବର୍ଷା ଓ ମରୁଡି ଭଳି ଦୁଇଟି ପ୍ରାକୃତିକ ପରିବର୍ତ୍ତନରେ ଜର୍ଜରିତ ହୋଇ ବରଗଡ ଜିଲ୍ଲା ବାସିନ୍ଦା ବହୁ କଷ୍ଟରେ ଧାନ ଫସଲ କରିବାରେ ସକ୍ଷମ ହୋଇଥିଲେ । ହେଲେ ଦୁଇଟି ହାତୀଙ୍କ ଉପଦ୍ରବ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି । ଫସଲ ଖାଇବା ସହ ବିଲକୁ ଆସି ହାତୀମାନେ ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡିଛି । ଏ ନେଇ ବନ ବିଭାଗ ଲୋକଙ୍କୁ ସତର୍କ କରିଛି । ଅନ୍ୟପଟେ ହାତୀଙ୍କୁ ନେଇ ବନ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.