Latest Odisha News

ଝାରସୁଗୁଡ଼ା ଡାକ୍ତରଖାନାରୁ ବିଚାରଧୀନ ଅଭିଯୁକ୍ତ ଫେରାର

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ବିଚାରଧୀନ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ସେ ହେଉଛନ୍ତି ଇନ୍ଦ୍ରଜିତ ସହାଣୀ । ଘର ବିହାର ମାଧେପୁର ଥାନା ବୋଥନା ଗାଁ ।

ତେବେ ସେ ଗତ ୨୬ ତାରିଖ ବ୍ରଜରାଜନଗର ଓରିଏଣ୍ଟ ଥାନା ଅଞ୍ଚଳରୁ ଏକ ଟ୍ରକ ଚୋରି ମାମଲା ରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିଲେ। ଜେଲରେ ଦେହ ଅସୁସ୍ଥ ହେବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଜେନେରାଲ ୱାର୍ଡରେ ଗତ ୨୩ ତାରିଖରୁ ଚିକିତ୍ସା ଚାଲିଥିଲା।

ତେବେ ଇନ୍ଦ୍ରଜିତ୍ ଶନିବାର ଭୋର ପ୍ରାୟ ୩ଟା ବେଳେ ସୁଯୋଗ ଦେଖି ଚମ୍ପଟ ମାରିଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ବହୁ ଖୋଜାଖୋଜି ପରେ ମଧ୍ୟ ଏଯାଏଁ ପତା ମିଳିନି ।

ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଡ୍ୟୁଟିରେ ଥିବା ଜେଲ ୱାର୍ଡର୍ କିରଣ କୁମାର ଯୋଶୀଙ୍କୁ ନିଲମ୍ବନ କରାଯାଇଛି । ଅନ୍ୟ ଦୁଇ ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି।

Leave A Reply

Your email address will not be published.