Latest Odisha News

BREAKING NEWS

ସ୍କୁଲ ଭିତରେ ମଦ ପିଇଲେ ଶିକ୍ଷକ; କହିଲେ, ମୁଁ ପ୍ରତିଦିନ ପିଏ, ଉଠାଅ ଫଟୋ

ନୂଆଦିଲ୍ଲୀ:  ଜଣେ ଶିକ୍ଷକ ସ୍କୁଲରେ ବସି ମଦ୍ୟପାନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଛତିଶଗଡ଼ ବିଳାସପୁର ସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଅଭିଯୁକ୍ତ ଶିକ୍ଷକଙ୍କ ନାଁ ସନ୍ତୋଷ କୁମାର କେନୱାଡା।

ସୂଚନା ଅନୁସାରେ,ଗତ ବୁଧବାର ଦିନ ସ୍କୁଲରେ ଛାତ୍ରଛାତ୍ରୀ ଓ ଅନ୍ୟ ଶିକ୍ଷକମାନେ ଉପସ୍ଥିତ ଥିଲେ । ଏମିତିକି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ଶିକ୍ଷକ ସନ୍ତୋଷ କୁମାର କେନୱାଡା ନିଶା ଅବସ୍ଥାରେ ମଦ ଧରି ସ୍କୁଲକୁ ଆସିଥିଲେ । ସ୍କୁଲରେ ବସି ମଦ୍ୟପାନ କରିବା ଭୁଲ୍ ନେଇ ସ୍ଥାନୀୟ ସାମ୍ୱାଦିକ ଶିକ୍ଷକଙ୍କୁ ବୁଝାଇଥିଲେ । ହେଲେ ଯାହା କରିବା କଥା କର, ମୁଁ ପ୍ରତିଦିନ ମଦ ପିଏ । ଯଦି ଆପଣ ଫଟୋ ଉଠାଇବାକୁ ଚାହୁଁଛନ୍ତି, ଉଠାଇପାରିବେ । ଶିକ୍ଷକ ଜଣକ କୌଣସି କୁଣ୍ଠାବୋଧ ନକରି ନିଜର ଭୁଲ୍ ସ୍ୱୀକାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏମିତିକି ଶିକ୍ଷକ ଜଣକ ନିଜ ବାଇକରୁ ଏକ ବ୍ୟାଗ ବାହାର କରୁଛନ୍ତି । ସେ ଏହାକୁ ସ୍କୁଲରେ ଥିବା ଅଫିସକୁ ଭିତରକୁ ନେଇ ଟେବୁଲ ଉପରେ ଗ୍ଲାସ୍ ବାହାର କରି ମଦ ଢ଼ାଳିବା ଆରମ୍ଭ କରିଥିଲେ । ଯଦି ଆପଣ  ଭିଡିଓ କରିବାକୁ ଚାହୁଁଛନ୍ତି କରିପାରନ୍ତି ବୋଲି ଶିକ୍ଷକ ଜଣକ କହିଛନ୍ତି । ମୁଁ ଏମିତି ପ୍ରତିଦିନ କରେ।

ଶିକ୍ଷକ ଜଣକ ସ୍କୁଲରେ ମଦ୍ୟପାନ କରୁଥିବା ବେଳେ ମହିଳା ପ୍ରଧାନଶିକ୍ଷୟିତ୍ରୀ ତାଙ୍କ ପାଖରେ ଉପସ୍ଥିତ ଥିଲେ । ହେଲେ ସେ ଶିକ୍ଷକଙ୍କୁ କିଛି କହି ନଥିଲେ।

ନିଶା ଅବସ୍ଥାରେ ଶିକ୍ଷକ ଜଣକ କହିଥିଲେ,‘‘ ଡିଇଓ , ଜିଲ୍ଲାପାଳଙ୍କ ନିକଟକୁ ଯାଇ ଅଭିଯୋଗ କର।  ଯାହା କରିବା କଥା କର । ଯଦି ପିଇବାର ଅଛି ପିଅ, ପିଇବାର ଇଚ୍ଛା ନାହିଁ ତ’ ପିଅ ନାହିଁ । ’’ ଏପରି କହି ଶିକ୍ଷକ ଜଣକ ମଦ୍ୟପାନ କରିଥିଲେ ।

ଖବର ଲେଖାଯିବା ସୁଧା ଏହି ଘଟଣାରେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ କୌଣସି ସୂଚନା ଆସିନାହିଁ।

Leave A Reply

Your email address will not be published.