Latest Odisha News

BREAKING NEWS

ପ୍ରମାଣିତ ହେଲା, ପ୍ରେମର ଆଉ ଏକ ରୂପ କ୍ଷମା…

ପୁରୀ:ପ୍ରେମର ରୂପକୁ ଚିହ୍ନବା ସବୁଠାରୁ କଷ୍ଟକର ବ୍ୟାପାର । କ୍ଷମା ଯେ, ପ୍ରେମର ଆଉ ଏକ ରୂପ ତାହା ତୁର୍କୀରେ ଏକ ଘଟଣାରେ ପ୍ରମାଣିତ ହୋଇଛି । କାସିମ ଓଜେନ ନାମକ ଜଣେ ଯୁବକ ବେରାଫିନ ଓଜେକଙ୍କୁ ଏକତରଫା ପ୍ରେମ କରୁଥିଲେ । ବାରମ୍ବାର ବିଫଳ ହେବା ପରେ ଶେଷରେ ଯୁବକଜଣଙ୍କ ବେରାଫିନଙ୍କ ଉପରେ ଏସିଡ ପକାଇ ଦେଇଥିଲା । ଯଦି ମୋର ନ ହେବ ତାହାହେଲେ କାହାର ହେବନି ଜିଦ ସେ ଧରିଥିଲା । ତଦନ୍ତ ପରେ ପୋଲିସ କାସିମଙ୍କୁ ଗିରଫ କରିଥିଲା । ୧୩ ବର୍ଷ ସଜା ପରେ ସେ ଭାଙ୍ଗି ପଡିଥିଲେ । ଏହା ପରେ ପ୍ରତ୍ୟେକ ଦିନ ସେ ତାଙ୍କ ଭୁଲ ନେଇ ବେରାଫିନଙ୍କୁ କ୍ଷମା ମାଗୁଥିଲେ । ଶେଷରେ ମନ ତରଳି ଯାଇଥିଲା । ଉଭୟଙ୍କ ମଧ୍ୟରେ ବୁଝାମଣା ହେବା ପରେ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେଲେ । ସୋସିଆଲ ସାଇଟରେ ଉଭୟ ସେମାନଙ୍କ ପ୍ରେମ କାହାଣୀ ଜଣାଇବା ପରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଏସିଡ ପକାଇବା ପରେ ଘୃଣ୍ୟ କାମ କରିଥିବା ବ୍ୟକ୍ତିକୁ ପୁଣି କ୍ଷମା ଦେବା ନେଇ ଅନେକ ସହମତି ହୋଇ ନାହାନ୍ତି । ଅନ୍ୟ ପଟେ ବିଳମ୍ବରେ ହେଉ ପେଉ ଭୁଲ ମାଗି ନିଜ ହାତରେ ନଷ୍ଟ କରିଥିବା ଫୁଲଗଛକୁ ସେ ପୁଣି ନିଜର କରିନେଇଛି ତାହାକୁ ଅନ୍ୟମାନେ ସ୍ୱାଗତ କରିଛନ୍ତି ।

BjdElectrycity
Leave A Reply

Your email address will not be published.