Latest Odisha News

BREAKING NEWS

ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉପରେ କାର୍ଯ୍ୟାନୁଷ୍ଠାନ; ୫୩୦୮ ସିଲିଣ୍ଡର ଜବତ, ୩୯୭ ମାମଲା ରୁଜୁ

ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ଅବ୍ୟାହତ ରହିଛି । ମାତ୍ର କଳାବଜାରୀ ଓ ବେଆଇନ ଭାବରେ ଗ୍ୟାସ ସିଲିଣ୍ଡର ମହଜୁଦ ରଖୁଥିବା ବ୍ୟକ୍ତିଙ୍କ ଉପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ବିଭିନ୍ନ ଜିଲ୍ଲାରେ ଯୋଗାଣ ବିଭାଗ ଅଧିକାରୀ ମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଯାଞ୍ଚ କରୁଛନ୍ତି । ଏହି ଟିମ୍ ଗୁଡିକ ଦୈନିକ ଭିତ୍ତିରେ ବିଭାଗୀୟ ଅଧିକାରୀଙ୍କୁ ତଥ୍ୟ ପ୍ରଦାନ କରୁଛନ୍ତି ।

ଏ ଦିଗରେ କାର୍ଯ୍ୟନୁଷ୍ଠାନ ସ୍ୱରୂପ ଆଜି ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଯାକ ଜିଲ୍ଲାର ୨୭୪୬ଟି ସ୍ଥାନରେ ଯାଞ୍ଚ କରାଯାଇଛି । ସେଥିମଧ୍ୟରୁ ଗ୍ୟାସ ଏଜେନ୍ସି ଓ ଅନ୍ୟ ସ୍ଥାନ ରହିଛି । ଏହି ସବୁ ସ୍ଥାନରୁ ୫୩୦୮ଟି ସିଲିଣ୍ଡର ଜବତ କରାଯାଇଛି । ଏତଦ ବ୍ୟତୀତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ଅନୁଯାୟୀ ୩୯୭ ମାମଲା ରୁଜୁ କରାଯିବା ସହ ୩୧ଟି ଏଫଆଇଆର ଦାଖଲ କରାଯାଇଛି । ଏପରିକି କଳାବଜାରୀ ଓ ବେଆଇନ୍ ସିଲିଣ୍ଡର ଗଚ୍ଛିତ ରଖିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.