ଭୁବନେଶ୍ୱର: ଓଡ଼ିଶାର କେନ୍ଦୁଝର ଏବଂ ଢେଙ୍କାନାଳ ଜିଲ୍ଲାରେ ଦୁଇଟି ପ୍ରମୁଖ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ମଙ୍ଗଳବାର ସୂଚନା ଦେଇଛନ୍ତି।
ସେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଆମ ହାତରେ ଦୁଇଟି ବଡ଼ ପ୍ରକଳ୍ପ ଅଛି। କେନ୍ଦୁଝର ଜିଲ୍ଲାରେ ବାର୍ଷିକ ୫ ନିୟୁତ ଟନ୍ (MTPA) କାରଖାନା ପ୍ରତିଷ୍ଠା କରାଯିବାକୁ ଥିବା ବେଳେ ଢେଙ୍କାନାଳ ଜିଲ୍ଲା ପାଇଁ ଆଉ 6 MTPA ପ୍ରସ୍ତାବିତ କରାଯାଇଛି,” ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗ ତିନି ଦିନିଆ ଭାରତ ଗସ୍ତରେ ଥିବା ସମୟରେ ସୋମବାର ନୂଆଦିଲ୍ଲୀରେ ଭାରତ-କୋରିଆ ବ୍ୟବସାୟ ସମ୍ମିଳନୀରେ JSW ଷ୍ଟିଲ୍ ଏବଂ POSCO ମିଳିତ ଉଦ୍ୟମ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। “ଢେଙ୍କାନାଳରେ 6 MTPA ସମନ୍ୱିତ ଇସ୍ପାତ କାରଖାନା ସ୍ଥାପନ କରିବାକୁ ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି। 6 MTPA ଇସ୍ପାତ କାରଖାନା ପାଇଁ ଅତି କମରେ ୨,୫୦୦-୩,୦୦୦ ଏକର ଜମି ଆବଶ୍ୟକ।
Comments are closed.