Latest Odisha News

BREAKING NEWS

ବିହାର ନିର୍ବାଚନ: ଭୟଙ୍କର ଅଭିଯୋଗ ଆଣିଲେ ଅମୀଷା ପଟେଲ

ପାଟନା:ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ବିହାର ନିର୍ବାଚନ ପ୍ରଚାର ନେଇ କି ଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ ନେଇ ମୁହଁ ଖୋଲିଛନ୍ତି । ସେ କରିଥିବା ଅଭିଯୋଗ ସମସ୍ତଙ୍କୁ ଚକିତ କରିଛି ।  ଲୋକ ଜନଶକ୍ତି ପାର୍ଟି ନେତା ପ୍ରକାଶ ଚନ୍ଦ୍ରାଙ୍କ ନିର୍ବାଚନୀ ପ୍ରଚାର ବାବଦରେ ଏହି ଭାଇରାଲ ଅଡିଓ କ୍ଲିପରେ ଶୁଣିବାକୁ ମିଳିଛି । ଅମୀଷା କହିଛନ୍ତି, “ମୁଁ କେବଳ ଏତିକି କହିପାରିବି ଯେ, ଜଣେ ଅତିଥି ହିସାବରେ ମୁଁ ଡା. ପ୍ରକାଶ ଚନ୍ଦ୍ରାଙ୍କ କ୍ୟାମ୍ପେନରେ ଯୋଗଦେଇଥିଲି । ସେ ବହୁତ ଭୟଙ୍କର ମଣିଷ, ମୋତେ ଆଉ ମୋ ଟିମକୁ ମଧ୍ୟ ବହୁତ ଖରାପ ବ୍ୟବହାର କରିବା ସହ ଧମକ ଦେଇଛନ୍ତି ।

ଅମୀଷା ପୁଣି କହିଛନ୍ତି, ପାଟନାରେ ପ୍ରକାଶ ଚନ୍ଦ୍ରାଙ୍କ ସହ ୩ ଘଣ୍ଟା ନିର୍ବାଚନୀ ପ୍ରଚାର କରିବାକୁ ତାଙ୍କୁ ଧମକ ଦିଆଯାଇଥିଲା । ସେହି ଦିନ ସନ୍ଧ୍ୟାରେ ତାଙ୍କୁ ମୁମ୍ବାଇ ଫେରିବାର ଥିଲା । କିନ୍ତୁ ପ୍ରକାଶ ଚନ୍ଦ୍ରା ତାଙ୍କୁ ଅଟକାଇଦେଇଥିଲେ । ବାଧ୍ୟ କରି ତାଙ୍କୁ ଗୋଟିଏ ଗାଁରେ ରଖାଯାଇଥିଲା । ସେ କହିଛନ୍ତି, ତାଙ୍କ ଜୀବନ ବିପଦରେ ଥିଲା । ପ୍ରକାଶ ଚନ୍ଦ୍ରା ଓ ତାଙ୍କ ଗୁଣ୍ଡାମାନଙ୍କ କଥା ମାନିବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥିଲା । ତାଙ୍କ ସହ ଦୁଷ୍କର୍ମ ହେବାର ଯଥେଷ୍ଟ ସମ୍ଭାବନା ଥିଲା । ତାଙ୍କ ଗାଡ଼ିକୁ ସବୁବେଳେ ଲୋକମାନେ ଘେରିକି ରଖିଥିଲେ । ଅମୀଷା ବୁଝିସାରିଥିଲେ ଯେ, ତାଙ୍କର ହତ୍ୟା ବି ହୋଇପାରେ । ଏଣୁ ସେ ସେମାନଙ୍କ ସବୁ କଥା ମାନି ଚାଲିଥିଲେ ବୋଲି କହିଛନ୍ତି ।

Leave A Reply

Your email address will not be published.