ମୁମ୍ବାଇ: ବାଳିକା ବଧୂ ଫେମ୍ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା ମାମଲ।। ୧୦ ବର୍ଷ ପରେ ବୟଫ୍ରେଣ୍ଡ ରାହୁଲ ରାଜ୍ ସିଂ ଆଶ୍ୱସ୍ତ । ପ୍ରତ୍ୟୁଷା ଆତ୍ମହତ୍ୟା ମାମଲାରେ ସେତେବେଳର ତାଙ୍କ ପୁରୁଷବନ୍ଧୁ ଅଭିନେତା ତଥା ପ୍ରଯୋଜକ ରାହୁଲ ରାଜ୍ ସିଂହଙ୍କୁ ମୁକ୍ତ କରିଛନ୍ତି ବମ୍ବେ ହାଇକୋର୍ଟ । ଅଗଷ୍ଟ ୨୦୨୩ରେ ଦିଣ୍ଡୋସି ସେସନ୍ସ କୋର୍ଟ ତାଙ୍କ ଡିସଚାର୍ଜ ଆବେଦନ ଖାରଜ କରିଦେଇଥିଲେ । ତାପରେ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । ରାହୁଲ ରାଜ୍ ପ୍ରତ୍ୟୁଷାଙ୍କୁ ଶାରିରୀକ , ମାନସିକ ଏବଂ ଆର୍ଥିକ ନିର୍ଯାତନା ଦେଇଥିବାରୁ ସେ ଆତ୍ମହତ୍ୟା କରିଥିବା ସେସନ୍ସ କୋର୍ଟ ଉଲ୍ଲେଖ କରିଥିଲେ । ଏପଟେ ବମ୍ବେ ହାଇକୋର୍ଟର ଜଷ୍ଟିସ ଶିବ କୁମାର ଡିଗେଙ୍କ ଏକକ ଖଣ୍ଡପୀଠ ରାହୁଲ ରାଜ୍ ସିଂଙ୍କୁ ମାମଲାରୁ ମୁକ୍ତ କରିଛନ୍ତି । ଟେଲି ସିରିଏଲ ବାଳିକା ବଧୁରୁ ଲୋକଲୋଚନକୁ ଆସିଥିବା ପ୍ରତ୍ୟୁଷା ବାନାଜୀ ର୍ ୨୦୧୬ ଏପ୍ରିଲ ୧ରେ ଗୁରୁଗ୍ରାମ ସ୍ଥିତ ଆପାର୍ଟମେଂଟରେ ଆତ୍ମହତ୍ୟା କରିଥିଲେ । ତାପରେ ବୟଫ୍ରେଣ୍ଡଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲ।। ୨୦୧୬ ଜୁଲାଇ ୨ରେ ବମ୍ବେ ହାଇକୋର୍ଟ ଅଗ୍ରୀମ ଜାମିନ୍ ପ୍ରଦାନ କରିଥିଲେ । ପରେ ୨୦୧୮ରେ ବାଙ୍ଗୁର ନଗର ଥାନାରେ ତାଙ୍କ ବିରୋଧରେ ଏଫଆଇଆର ହୋଇଥିଲା । ୨୦୧୮ରୁ ଏବେ ଯାଏ ତାଙ୍କର କୌଣସି ଭୁଲ ନାହିଁ, ତାଙ୍କୁ ମାମଲାରୁ ମୁକ୍ତ କରାଯାଉ ବୋଲି ଆବେଦନ କରିଆସୁଥିଲେ । ଶେଷରେ ୧୦ ବର୍ଷ ପରେ ତାଙ୍କୁ ମୁକ୍ତ କରିଛନ୍ତି ବମ୍ବେ ହାଇକୋର୍ଟ । ସେପଟେ ପ୍ରତ୍ୟୁଷାଙ୍କ ମା କୋର୍ଟଙ୍କ ରାୟରେ ଖୁସି ନାହାନ୍ତି । କେମିତି ରାହୁଲ ରାଜ୍ଙ୍କୁ ନିରିହ କହି ମୁକ୍ତ କରାଯିବ ବୋଲି ପ୍ରଶ୍ନ କରିଛନ୍ତି । ଝିଅ ମୃତ୍ୟୁରେ ମର୍ମାହତ ମା ସୋମା ବାନାଜୀ ର୍ ବମ୍ବେ ହାଇକୋର୍ଟଙ୍କ ଏହି ରାୟ ଠିକ୍ ନୁହେଁ ବୋଲି କହିଛନ୍ତି ।
