Latest Odisha News

BREAKING NEWS

ଧର୍ମେନ୍ଦ୍ରଙ୍କ ଅନସ୍କ୍ରିନ ମାଆ ସୁଲୋଚନାଙ୍କ ପରଲୋକ

ମୁମ୍ବାଇ: ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କ ପରଲୋକ ହୋଇଯାଇଛି । ଅନସ୍କ୍ରିନରେ ଧର୍ମେନ୍ଦ୍ରଙ୍କ ମାଆ ଭାବେ ପରିଚିତ ସୁଲୋଚନାଙ୍କୁ ମୃତ୍ୟୁବେଳକୁ ୯୪ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଆପ୍ରାଣ ଉଦ୍ୟମ ସତ୍ୱେ ତାଙ୍କୁ ବଂଚାଇବା ସମ୍ଭବପର ହୋଇ ନ ଥିଲା । ହିନ୍ଦୀ ଓ ମରାଠା ଫିଲ୍ମରେ ସିନେମାକୁ ଦେଇଥିବା ଯୋଗଦାନ ନେଇ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

ସୁଲୋଚନା ଧର୍ମେନ୍ଦ୍ର ଏବଂ ଅମିତାଭ ବଚ୍ଚନଙ୍କ ସହ ଅନେକ ଫିଲ୍ମରେ କାମ କରୁଛନ୍ତି । ଅଧିକାଂଶ ଫିଲ୍ମରେ ସେ ତାଙ୍କ ମାଆ ଭୂମିକା କରିଥିଲେ । ସେ ୨୫୦ରୁ ଊର୍ଦ୍ଧ୍ୱ ହିନ୍ଦୀ ଫିଲ୍ମ ଓ ୫୦ରୁ ଅଧିକ ମରାଠା ଫିଲ୍ମରେ ଅଭିନୟ କରିଛନ୍ତି । ଜୁନ ୫ରେ ଦାଦରର ଶିବାଜୀ ପାର୍କ ଶ୍ମଶାନଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

Leave A Reply

Your email address will not be published.