Latest Odisha News

BREAKING NEWS

ହିଣ୍ଡାଲକୋକୁ ମିଳିଲା ଜାତୀୟ ସିଏସଆର୍ ପୁରସ୍କାର

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ପ୍ରମୁଖ ଧାତୁ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କର୍ପୋରେଟକୁ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଜାତୀୟ ସିଏସ୍ଆର ପୁରସ୍କାର ପ୍ରଦାନ କରାଯାଇଛି । ସିଏସ୍ଆର୍ ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଏହା ସର୍ବୋଚ୍ଚ ସ୍ୱୀକୃତି । ଭାରତର ଜାତୀୟ ଅଗ୍ରାଧିକାର କ୍ଷେତ୍ର-କୌଶଳ ବିକାଶ ଏବଂ ଜୀବନଜୀବିକା ପ୍ରତି ହିଣ୍ଡାଲ୍କୋର ଅବଦାନକୁ ଏହି ପୁରସ୍କାର ସ୍ୱୀକୃତି ପ୍ରଦାନ କରୁଛି ।

ମାନ୍ୟବର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରି ଆଦିତ୍ୟ ବିର୍ଲା ସେଂଟର ଫର କମ୍ୟୁନିଟି ଇନିସିଏଟିଭ୍ସ୍ ଆଣ୍ଡ୍ ରୁରାଲ୍ ଡେଭେଲପମେଣ୍ଟ ଓ ହିଣ୍ଡାଲକୋ ସିଏସଆର କମିଟି ଅଫ ଡାଇରେକ୍ଟର୍ସ ରାଜଶ୍ରୀ ବିର୍ଲା କହିଛନ୍ତି ଯେ, “ସମାଜକୁ ଫେରାଇବା ଲାଗି ଆମେ କରୁଥିବା ଉଦ୍ୟମ ପ୍ରତି ଏହି ପୁରସ୍କାର ହେଉଛି ମାନ୍ୟତା । ଏହା ଏହି ସ୍ୱୀକୃତି ଦେଉଛି ଯେ ଆମେ ସଠିକ୍ ପଥରେ ଅଛୁ । ଏହା ଭଲ ଭାବେ ଜଣା ଯେ ଏହି ସରକାରୀ ମାନ୍ୟତା ମହାତ୍ମାଙ୍କ ୧୫୦ତମ ଜୟନ୍ତୀ ପ୍ରତି ଶ୍ରଦ୍ଧାଞ୍ଜଳି । ଗାନ୍ଧୀଜୀଙ୍କ ଟ୍ରଷ୍ଟିବାଦ ଆମର ସିଏସ୍ଆର୍ ଦର୍ଶନର ଡିଏନ୍ଏରେ ରହିଛି । ଆଜିର ଦିନରେ ହିଣ୍ଡାଲ୍କୋର କମ୍ୟୁନିଟି କାର୍ଯ୍ୟ ଭାରତର ୧୧ଟି ରାଜ୍ୟର ୨୨ ଜିଲ୍ଲାର ୭୩୨ ଗ୍ରାମ, ଯେଉଁଥି ମଧ୍ୟରୁ ୧୦୩ଟି ହେଉଛି ମଡେଲ୍ ଗ୍ରାମ ସେଠାରେ ବାସ କରୁଥିବା ୧.୨ ନିୟୁତ ଉପେକ୍ଷିତ ବର୍ଗର ଲୋକଙ୍କ ଜୀବନରେ ପରିବର୍ତନ ଆଣିପାରିଛି ।’’

“ଏହା ଏହି କଥା ଦ୍ୱାରା ନିରନ୍ତର ଭାବେ ଅନୁପ୍ରାଣିତ ହେଉଛୁ ଯେ ଆମେ ଯେଉଁ ସବୁ ଗ୍ରାମରେ କାର୍ଯ୍ୟ କରୁଛୁ ଅଧିକାଂଶ ଗ୍ରାମ ଉନ୍ନତ ଜୀବନ ଧାରଣ ମାନ ଆଡ଼କୁ ଗତି କରୁଛନ୍ତି । ଆମର ସମସ୍ତ ସିଏସ୍ଆର୍ ଅଭିଯାନରେ ଆମେ ସରକାର ସରକାରଙ୍କ ସହିତ ସହଯୋଗିତା ସ୍ଥାପନ କରିଛୁ । ଏହି ସମ୍ମାନଜନକ ପୁରସ୍କାରକୁ ଗ୍ରହଣ କରି ଆମେ ଗର୍ବିତ ଓ ସମ୍ମାନିତ ମନେ କରୁଛୁ ।’’

ପ୍ରୋଜେକ୍ଟ ଉନ୍ନତି ପାଇଁ ହିଣ୍ଡାଲ୍କୋର ରେଣୁକୋଟ୍ ପ୍ଲାଂଟ୍କୁ ମାନ୍ୟତା ମିଳିଛି ଯେଉଁଠାରେ ଉତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ଦୁଧି ତହସିଲର ୩୦ଟି ଗ୍ରାମର ୯୮୭୨ଟି ପରିବାରକୁ ସାମାଜିକ ଓ ଆର୍ଥିକ ସ୍ତରରେ ସଶକ୍ତ କରାଯାଇପାରିଛି । ଏହି ତିନି ବର୍ଷିଆ ବ୍ୟାପକ ନିରନ୍ତର ଜୀବିକା କାର୍ଯ୍ୟକ୍ରମରେ ରହିଛି ଅନେକ ପଦକ୍ଷେପ ଯଥା-କୌଶଳ ତାଲିମ ଜରିଆରେ ଦକ୍ଷତା ଗଠନ, ଚାଷୀଙ୍କୁ ତାଲିମ ଜରିଆରେ ଫସଲ ଅମଳରେ ଉନ୍ନତି, ବିବିଧ-ଫସଲ ଏବଂ ଜଳ ଉତ୍ସ ପରିଚାଳନା, ଗ୍ରାମୀଣ ଯୁବପିଢ଼ି ପାଇଁ ଧନ୍ଦାମୂଳକ ତାଲିମ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରଚାର; ମାର୍କେଟିଂ ଲିଙ୍କେଜ୍ ସ୍ଥାପନ ଏବଂ ଆହୁରି ଅନେକ ପଦକ୍ଷେପ ।

ପ୍ରୋଜେକ୍ଟ ଉନ୍ନତି ଜରିଆରେ ୧୫୩୨ ଏକର ଜମିରେ ଜଳସେଚନ ସୁବିଧା ପହଞ୍ଚିପାରିଛି ଏବଂ ଏହା ଚାଷୀମାନଙ୍କୁ ୪୪୭୫ ଏକର ଜମିରେ ଲାଭଜନକ ଫସଲ ଚାଷ କରିବାରେ ସହାୟକ ହୋଇଛି । ଫସଲ ଉତ୍ପାଦକତାରେ ୪୦% ଉନ୍ନତି ହୋଇଛି ଏବଂ ଜଳ ସାରଣୀ ୧.୨ ମିଟର ବଢ଼ିଛି । ଋତୁ ଭିତିରେ କାମଧନ୍ଦା ପାଇଁ ବାହାରକୁ ଗମନ ୫୦% ହ୍ରାସ ପାଇଥିବା ବେଳେ ଏକଦା ୮୦% ଭଳି ସ୍ତରରେ ଥିବା ଗ୍ରାମୀଣ ବେରୋଜଗାର ସ୍ଥିତିରେ ମଧ୍ୟ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଛି । ଆଦିତ୍ୟ ବିର୍ଲାର ରେଣୁକୋଟରେ ଥିବା ରୁରାଲ୍ ଟେକ୍ନୋଲୋଜି ପାର୍କର ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ସହାୟତାରେ ୬୨%ରୁ ଅଧିକ ଯୁବକଯୁବତୀ ଅର୍ଥପୂର୍ଣ୍ଣ ନିଯୁକ୍ତି ପାଇଛନ୍ତି ।

୧୯୬୨ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ହିଣ୍ଡାଲ୍କୋର ରେଣୁକୋଟ କାରଖାନା ହେଉଛି ଏକ ସମନ୍ୱିତ କାରଖାନା ଯେଉଁଠାରେ ଆଲୁମିନା ରିଫାଇନାରି, ସ୍ମେଲଟର ଏବଂ କ୍ୟାପଟିଭ୍ ଥର୍ମାଲ୍ ପାୱାର ପ୍ଲାଂଟ୍ ରହିଛି । ଏହି ବର୍ଷଗୁଡ଼ିକରେ କାରଖାନାର ଆକାର ୨୦ ଗୁଣ ବଢ଼ିଛି ଏବଂ ପରିଚାଳନା କ୍ଷେତ୍ରରେ ଏହା ନିୟମିତ ନୂତନ ମାନଦଣ୍ଡ ଧାର୍ଯ୍ୟ କରୁଛି । ଏହାର ସିଏସଆର୍ କାର୍ଯ୍ୟକ୍ରମ ଉଦାହରଣ ସୃଷ୍ଟିକାରୀ । ଏହାର ମଡେଲ୍ ଗ୍ରାମଗୁଡ଼ିକ ଏକ୍ଷେତ୍ରରେ ହେଉଛି ପରିବର୍ତନଶୀଳ ଏବଂ ଉକ୍ରୃଷ୍ଟ ଉଦାହରଣ ।

କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ସ୍ଥାପନ କରାଯାଇଥିବା ଜାତୀୟ ସିଏସଆର୍ ପୁରସ୍କାର ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ।

Leave A Reply

Your email address will not be published.