Latest Odisha News

ବାହାନଗା ଟ୍ରେନ୍ ଦୁର୍ଘଟଣା, ମୃତଦେହର ଦାବିଦାର ନ ଆସିଲେ ବୈଜ୍ଞାନିକ ପଦ୍ଧତିରେ ହେବ ଶବ ସତ୍କାର

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଇତି ମଧ୍ୟରେ ୨୦୦ରୁ ଅଧିକ ମୃତଦେହକୁ ପ୍ରଶାସନ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛି । ତଥାପି ଏବେ ବି ଭୁବନେଶ୍ୱର ଏମ୍ସରେ ରହିଛି ଆଉ ୮୧ଟି ମୃତଦେହ ।

୮ ଦିନ ଧରି ମୃତଦେହ ଗୁଡ଼ିକୁ ସଂରକ୍ଷିତ ରଖା ଯାଇଥିବା ବେଳେ ଗୋଟିଏ ମୃତଦେହକୁ ନେଇ ଏକାଧିକ ଦାବିଦାର ଆସୁଛନ୍ତି । ଯେଉଁଥିପାଇଁ ଏମସ୍ ପକ୍ଷରୁ ୭୦ ଜଣଙ୍କ ରକ୍ତ ନମୁନା ଡିଏନ୍ଏ ଟେଷ୍ଟ ପାଇଁ ପଠା ଯାଇଛି ।

ଭୁବନେଶ୍ୱର ଏମ୍ସର ଅତିରିକ୍ତ ଅଧୀକ୍ଷକ ପ୍ରଭାସ ତ୍ରିପାଠୀଙ୍କ ସୂଚନା ଅନୁସାରେ, ଗୋଟିଏ ଗୋଟିଏ ମୃତଦେହ ପାଇଁ ଏକାଧିକ ଦାବିଦାର ଥିବାରୁ ଡିଏନ୍‌ଏ ମ୍ୟାଚିଂ ଡେରି ହେଉଛି । ଏମ୍ସ ଅଣାଯିବା ପରେ ଶବ ଆଉ ନଷ୍ଟ ହୋଇନି, ଅଧିକ ଦିନ ସଂରକ୍ଷିତ ପାଇଁ ଚେଷ୍ଟା ହେଉଛି ।

ଏବେ ଭୁବନେଶ୍ୱର ଏମ୍ସରେ ୮୧ଟି ମୃତଦେହ ରହିଛି । ହସ୍ତାନ୍ତର ପାଇଁ ଡିଏନ୍‌ଏ ଟେଷ୍ଟ କରାଯାଉଛି । ତେବେ ଯେଉଁ ମୃତଦେହର ଦାବିଦାର ନଆସିବେ, ସେସବୁ ସତ୍କାର କରି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ମୃତଦେହର ସତ୍କାର ସମ୍ମାନର ସହ ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ କରାଯିବ ବୋଲି କହିଛନ୍ତି ଏମ୍ସର ଅତିରିକ୍ତ ଅଧୀକ୍ଷକ ।

Leave A Reply

Your email address will not be published.