Latest Odisha News

BREAKING NEWS

ଧାରା ୪୯୭ରେ ଥିବା ‘ପରକୀୟା ପ୍ରୀତି’ ଅପରାଧ ନୁହେଁ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ତାଙ୍କର ଐତିହାସିକ ରାୟରେ ‘ପରକୀୟା ପ୍ରୀତି’ ଉପରେ ଥିବା ୧୫୮ ବର୍ଷର କଟକଣାକୁ ଅସାମ୍ବିଧାନିକ କହିଛନ୍ତି । ଫଳରେ ବିବାହ ପରେ ‘ପରକୀୟା ପ୍ରୀତି’ ଏକ ଅପରାଧ ନୁହେଁ ବୋଲି ସାବ୍ୟସ୍ତ ହୋଇଛି ।

ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାହ ସହିତ ଜଡ଼ିତ ଥିବା ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୪୯୭କୁ ସୁପ୍ରିମ କୋର୍ଟ ଅସାମ୍ବିଧାନିକ ବୋଲି କହିଛନ୍ତି । ମାନ୍ୟବର କୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଆଜି ଏନେଇ ଐତିହାସିକ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ଐତିହାସିକ ରାୟ ଶୁଣାଇଛନ୍ତି ।

ନ୍ୟାୟମୂର୍ତ୍ତି ଜଷ୍ଟିସ ଏମ ଖାନବିଲକର ପରକୀୟା ପ୍ରୀତି ବା ଆଡ଼ଲ୍ଟରୀ ସମ୍ପର୍କରେ ଏହି ତାଙ୍କର ଏହି ଐତିହାସିକ ରାୟ ଶୁଣାଇଛନ୍ତି । ପରେ ଏହି ନିଷ୍ପତ୍ତିକୁ ଅନ୍ୟ ତିନିଜଣ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼, ଜଷ୍ଟିସ ନରୀମାନ ଏବଂ ଜଷ୍ଟିସ ମାଲହୋତ୍ରା ନିଜର ସହମତି ଏବଂ ସମର୍ଥନ ପ୍ରକାଶ କରିଛନ୍ତି ।

ଏହି ନିଷ୍ପତ୍ତି କ୍ରମେ ଯଦି ଜଣେ ବିବାହିିତ ପୁରୁଷ ଅନ୍ୟ ମହିଳା ସହିତ ଦୈହିକ ସମ୍ପର୍କ ରଖନ୍ତି କିମ୍ବା କୌଣସି ମହିଳା ଅନ୍ୟ ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି ତେବେ ଏହା ଅପରାଧ ରୂପେ ବିବେଚନା କରାଯିବ ନାହିଁ ।

ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟର ମୁଖ୍ୟ ନ୍ୟାୟାଧିଶ କହିଛନ୍ତି, ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୪୯୭ ମହିଳାଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରୁଥିଲା । ମହିଳାମାନଙ୍କୁ ସର୍ବଦା ସମାନ ଅଧିକାର ମିଳିବା ଆବଶ୍ୟକ । ସେମାନଙ୍କୁ ସମାଜରେ ନିଜ ଇଚ୍ଛା ମୁତାବକ ଭାବିବା ଲାଗି ରୋକାଯିବା ଉଚିତ ନୁହେଁ ।

ଜଷ୍ଟିସ ଖାନବିଲକରଙ୍କ ମତରେ ଆଡ଼ଲ୍ଟରୀ ଏକ ଅପରାଧ ନୁହେଁ । କିନ୍ତୁ ଏନେଇ ଯଦି ସ୍ୱାମୀ କିମ୍ବା ସ୍ତ୍ରୀ ଆତ୍ମହତ୍ୟା କରନ୍ତି ତେବେ ସେମାନଙ୍କ ବିରୋଧରେ ଆତ୍ମହତ୍ୟାକୁ ଉସୁକାଉଥିବା ମାମଲା ରୁଜୁ ହେବ ବୋଲି ବିଚାରପତି କହିଛନ୍ତି ।

ଏହା ସମ୍ପର୍କରେ ସାମାଜିକ କର୍ମୀ ଆଭା ସିଂହ କହିଛନ୍ତି, “ଏହି ଆଇନ ମହିଳାଙ୍କୁ ସମାନ ୍ଅଧିକାର ତଥା ସମ୍ମାନ ପ୍ରଦର୍ଶନ କରୁଛି । କିନ୍ତୁ ଭାରତୀୟ ପାରମ୍ପରିକ ବୈବାହିକ ପଦ୍ଧତିକୁ କିଛିମାତ୍ରାରେ ପ୍ରଭାବିତ କରିପାରେ” ।

Leave A Reply

Your email address will not be published.