Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଭୁତାଣୁ ଜନିତ ଜ୍ୱରରେ ପୀଡିତ, ଆସନ୍ତା ଦୁଇଦିନର ଗସ୍ତ ବାତିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁତାଣୁ ଜନିତ ଜ୍ୱରରେ ପୀଡିତ ହୋଇଥିବା ଯୋଗୁଁ ଆସନ୍ତା ଦୁଇ ଦିନର ସମସ୍ତ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ନେଇ ସୂଚନା ମିଳିଛି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଜ୍ୱରରେ ଆକ୍ରାନ୍ତ ହୋଇଥିବା ସତ୍ୱେ ରାଜ୍ୟ ସଚିବାଳୟରେ ଥିବା ତାଙ୍କ କାର୍ଯ୍ୟାଳୟରେ ଯୋଗଦେବେ, ବୋଲି ବିଶେଷ ସୁତ୍ରରୁ ଜଣାପଡିଛି ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ଆୟୋଜିତ ହୋଇଥିବା ଇନଭେଷ୍ଟର ମିଟ୍ ଓ ଓଡିଶା ଭବନକୁ ଉଦଘାଟନ କରି ବୁଧବାର ରାତିରେ ଭୁବନେଶ୍ୱରକୁ ଫେରିଥିଲେ । ଚେନ୍ନାଇରେ ତାଙ୍କର କିଛି ଦିନର ଅବସ୍ଥାନରେ ‘ମେକ ଇନ ଓଡିଶା କନକ୍ଲେଭ’ ଲାଗି ବିଭିନ୍ନ ପୁଞ୍ଜିନିବେଶକଙ୍କୁ ସମ୍ବୋଧନ କରିଥିଲେ ।

Leave A Reply

Your email address will not be published.