Latest Odisha News

ସିଏଙ୍କ ଘରେ ଇଡି ରେଡ, ଏକାସାଙ୍ଗରେ ୫ଟି ସ୍ଥାନରେ ଚାଲିଛି ଚଢାଉ

ରାଉରକେଲା: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମୱାଲାଙ୍କ ଘରେ ଇଡି ରେଡ୍ । ଅଜୟ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସହ ରାଉରକେଲା ସହରର ଜଣେ ବଡ ବ୍ୟବସାୟୀ । ରାଉରକେଲା କଚେରୀ ରୋଡ୍ ବିଶ୍ରା ଡାହାର ଛକରେ ଚଢାଉ କରିଛି ଇଡି । ତେବେ ବ୍ୟବସାୟୀଙ୍କ ଅଫିସ୍, ଘର, ଗୋଦାମ ସହ ମୋଟ ୫ଟି ସ୍ଥାନରେ ଏକକାଳିନ ଚଡାଉ କରିଛି ଇଡି ।

ସୂଚନା ଅନୁସାରେ, ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏବେ ଆକ୍ସନ ମୋଡକୁ ଆସିଛି ଇଡି । ଅର୍ଥ ଅନିୟମିତତା ଅଭିଯୋଗରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଜୟଙ୍କ ଘରେ ଚଢାଉ କରିଛି ଇଡି । ଅଜୟଙ୍କ କଚେରି ରୋଡରେ ଥିବା ୨ଟି କାର୍ଯ୍ୟାଳୟ ସମେତ ରାଉରକେଲା ବିଶ୍ରାମ ଡାହାରରେ ଥିବା ବାସଭବନରେ ରେଡ୍ ଚାଲିଛି ।

ସେପଟେ ଖଣି ଦୁର୍ନିତି ମାମଲାରେ ଇଡି ଆଜି ରାଜ୍ୟ ସମେତ ରାଜ୍ୟ ବାହାରେ ମଧ୍ୟ ଚଢାଉ କରିଛି । ତେବେ ଆଗକୁ ନିର୍ବାଚନ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଇଡି ଏହି ରେଡ୍ କରୁଛି ବୋଲି କୁହାଯାଉଛି । କୋଲକାତା, ବଡବିଲ, ଝାରସୁଗୁଡା, ରାଉରକେଲା, ଭୁବନେଶ୍ଵର ଆଦି ସ୍ଥାନରେ ଇଡି ଚଢାଉ ଜାରି ରହିଛି । ଭୁବନେଶ୍ଵରରେ ଖଣି ଲିଜଧାରୀଙ୍କ ଘରେ ଇଡି ରେଡ୍ କରୁଛି । ଏହାସହ କିଛି ବ୍ୟବସାୟୀଙ୍କ ଘରେ ମଧ୍ୟ ଇଡି ଚଢାଉ ଜାରି ରହିଛି ।

Leave A Reply

Your email address will not be published.