Latest Odisha News

BREAKING NEWS

କରୋନା ଭୟ : ଭୁବନେଶ୍ୱରରେ ଏଣିକି ଘରେ କ୍ଷୀର ପ୍ୟାକେଟ ପହଞ୍ଚାଇବ ଓମ୍‌ଫେଡ୍‌

ଭୁବନେଶ୍ୱର : କରୋନା ସଂକ୍ରମଣ ଭୟରେ ସରକାର ପୁରା ଦେଶରେ ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଦରକାର ନ ଥିଲେ ଘରୁ ବାହାରିବା ଉପରେ କଟକଣା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ଓମ୍‌ଫେଡ୍ ପକ୍ଷରୁ ଭୁବନେଶ୍ୱରରେ ଘରେ କ୍ଷୀର ତଥା ଦୁଗ୍ଧ ଜାତୀୟ ଦ୍ରବ୍ୟ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।

ଗ୍ରାହକ ଅତିକମରେ ୧୫୦ଟଙ୍କାର ଜିନିଷ କ୍ରୟ ପାଇଁ ଅର୍ଡର ଦେବେ । ଏଥି ପାଇଁ ଅତିରିକ୍ତ ୩୦ ଟଙ୍କା ଦେବାକୁ ପଡିବ ବୋଲି ଓମ୍‌ଫେଡ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

ଦିନ ୧୦ଟାରୁ ୫ଟା ମଧ୍ୟରେ ଏହି ସାମଗ୍ରୀ ଯୋଗାଇ ଦିଆଯାଉଛି । ତେବେ ଏଥି ପାଇଁ ଓମଫେଡ୍ ଅଫିସ ନମ୍ବରରେ କଲ କରିବାର ଆବଶ୍ୟକତା ନାହିଁ । ଅର୍ଡର ଦେବା ପାଇଁ ହ୍ୱାଟ୍ ଅପ୍ ନମ୍ବର ଦିଆଯାଇଛି । ଏଗୁଡିକ ହେଲା ୯୭୭୭୧୩୯୨୯୮, ୯୪୩୯୭୧୮୧୫୧, ୮୯୧୭୬୮୪୮୪୮, ୯୮୬୧୩୩୧୧୧୧ ଏବଂ ୯୪୩୯୯୨୩୬୮୯ । ଏଥିରେ ଆପଣଙ୍କୁ କଣ କଣ ସାମଗ୍ରୀ ଆବଶ୍ୟକ ଓ ଘରର ଠିକଣା ଦେଲେ ଆପଣଙ୍କ ପାଖେ ଜିନିଷ ପହଞ୍ଚିଯିବ ।

Leave A Reply

Your email address will not be published.