Latest Odisha News

BREAKING NEWS

ବିବାହ ପରେ ମହିଳା ନିଜକୁ ଅନୁଭବ କଲେ ଲେସବିୟାନ୍ : ପୂର୍ବତନ ସ୍ୱାମୀଙ୍କଠାରୁ ଗର୍ଲଫ୍ରେଣ୍ଡକୁ କରାଇଲେ ଗର୍ଭବତୀ

ଫ୍ଲୋରିଡା: ପ୍ରେମ ହେଉଛି ଏକ ଅନୁଭବ ଯାହା ଯେ କୌଣସି ସ୍ଥାନରେ ହୋଇପାରେ । ଆଜିକାଲି ସମଲିଙ୍ଗୀ ଏବଂ ଲେସ୍‌ବିୟାନ୍ ସମ୍ପର୍କ ମଧ୍ୟ ସ୍ୱୀକୃତି ପାଇବାରେ ଲାଗିଛି । ଅନେକ ଦେଶରେ ଏହି ସମ୍ପର୍କକୁ ଆଇନଗତ ସ୍ୱୀକୃତି ମଧ୍ୟ ମିଳିଛି । କିନ୍ତୁ ଏବେ ବି ଅନେକ ଦେଶ ଏହାକୁ ବିରୋଧ କରି ଆସୁଛନ୍ତି । ଏବେ ସୋସିଆଲ ମିଡିଆରେ ଜଣେ ମହିଳା ତାଙ୍କ ସହ ଏପରି କିଛି ଘଟଣା ସମ୍ପର୍କରେ ସେୟାର କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ।

ଲିଣ୍ଡା ନାମକ ଜଣେ ମହିଳା ଫ୍ଲୋରିଡାରେ ରୁହନ୍ତି । ସେ ବିବାହିତ । ବିବାହର କିଛି ବର୍ଷ ପରେ ସେ ନିଜକୁ ଜଣେ ଲେସବିୟାନ୍ ବୋଲି ଅନୁଭବ କରିବାକୁ ଲାଗିଲେ । ଏହି କାରଣରୁ ସ୍ୱାମୀଙ୍କ ସହ ତାଙ୍କ ସମ୍ପର୍କ ଶିଥିଳ ହେବା ସହ ସେ ଅନ୍ୟ ଜଣେ ମହିଳାଙ୍କୁ ଭଲ ପାଇ ବସିଲେ । ଏହି ସମ୍ପର୍କ ପାଇଁ ସେ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ମଧ୍ୟ ବାଧ୍ୟ ହୋଇଥିଲେ । ତେବେ ସମୟକ୍ରମେ ତାଙ୍କ ଗର୍ଲଫ୍ରେଣ୍ଡ ସନ୍ତାନବତୀ ହେବାକୁ ଇଛା କଲେ । ଲିଣ୍ଡା ଏହା ଶୁଣିବା ପରେ ତାଙ୍କ ପୂର୍ବ ସ୍ୱାମୀଙ୍କୁ ସମସ୍ତ କଥା ଜଣାଇଥିଲେ । ପରେ ପୂର୍ବ ସ୍ୱାମୀଙ୍କ ଶୁକ୍ରାଣୁରେ ତାଙ୍କ ଗର୍ଲଫ୍ରେଣ୍ଡ ଗର୍ଭବତୀ ହେଲେ । ଏବେ ଲିଣ୍ଡା ତାଙ୍କ ପୂର୍ବ ସ୍ୱାମୀ ଏବଂ ଗର୍ଲଫ୍ରେଣ୍ଡଙ୍କ ସହ ଏକାଠି ରୁହନ୍ତି । ଆଉ ଖୁସିରେ ବି ରହୁଛନ୍ତି ।

ଲିଣ୍ଡା କହିଛନ୍ତି ଯେ , ସେ ତାଙ୍କ ସ୍ୱାମୀଙ୍କ ସହ ଦୀର୍ଘ ସମୟ ରହିଥିଲେ । ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି । ଦ୍ୱିତୀୟ ସନ୍ତାନ ପରେ ଏହି ସମ୍ପର୍କରେ କୌଣସି ଭଲପାଇବା ରହିଲା ନାହିଁ । ୨୦୨୧ ମସିହାରେ ସେ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ । ତେବେ ଆଠ ବର୍ଷର ସମ୍ପର୍କ ଭାଙ୍ଗିବା ପରେ ଲିଣ୍ଡା ଏକୁଟିଆ ହେବା ସହ ସେ ନିଜକଚ ଅନୁଭବ କଲେ ଯେ ସେ ଜଣେ ଲେସ୍‌ବିୟାନ । ୨୦୨୧ ମସିହା ନଭେମ୍ବରରେ ସେ ତାଙ୍କ ଗର୍ଲଫ୍ରେଣ୍ଡ ମ୍ୟାଡିଙ୍କୁ ଭେଟିଥିଲେ । ଏହା ପରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ । ଯେତେବେଳେ ମ୍ୟାଡି ପିଲାଟିଏ ପାଇଁ ଇଛା କଲେ, ଲିଣ୍ଡା ତାଙ୍କ ପୂର୍ବ ସ୍ୱାମୀଙ୍କ ସହ ଆଲୋଚନା କଲେ ଓ ସେ ଶୁକ୍ରାଣୁ ଦାନ କରିବାକୁ ଖୁସିରେ ରାଜି ହୋଇଗଲେ । ବର୍ତ୍ତମାନ ଲଣ୍ଡା ତାଙ୍କ ପୂର୍ବ ସ୍ୱାମୀ ଏବଂ ଗର୍ଲଫ୍ରେଣ୍ଡଙ୍କ ସହିତ ଗୋଟିଏ ଘରେ ରୁହନ୍ତି । ତିନିଜଣଙ୍କ ଜୀବନ ବହୁତ ଭଲରେ ଚାଲିଛି ।

Leave A Reply

Your email address will not be published.