Latest Odisha News

BREAKING NEWS

ସୋସିଆଲ ମିଡିଆରେ ଭାଇରାଲ ହେଉଛି ସଂସଦ ଭବନର ଅଖଣ୍ଡ ଭାରତର ଚିତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି । ଏହି ସଂସଦ ଭବନର ଅନେକ ଚିତ୍ର ସୋସିଆଲ ମିଡିଆରେ ଶେୟାର ହେବାରେ ଲାଗିଛି । ଏହା ମଧ୍ୟରେ ଅଖଣ୍ଡ ଭାରତର ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି । ଏହାର ସତ୍ୟତା ସମ୍ପୂର୍ଣ୍ଣ ପୃଷ୍ଠ ହୋଇପାରି ନାହିଁ । ରିପୋର୍ଟ ମୁତାବକ ସଂସଦ ଭବନରେ ପ୍ରାଚୀନ ଭାରତର ଏକ ମାନଚିତ୍ର ପ୍ରଦର୍ଶିତ ହୋଇଛି । ଏଥିରେ ପାକିସ୍ତାନର ପଞ୍ଜାବରରେ ଅବସ୍ଥିତ ତକ୍ଷଶିଳା ପର୍ଯ୍ୟନ୍ତ ଏହାର ସୀମାକୁ ଦର୍ଶାଯାଇଛି । ମାନଚିତ୍ର ସାମ୍ନାରେ ପୁରାତନ ପଥରରେ ଖୋଦେଇ ଲେଖା ମଧ୍ୟ ରହିଛି । ଏହା ନିକଟରେ ଦୁଇଟି ପ୍ରାଚୀନ ମୂର୍ତି ଦୃଶ୍ୟମାନ ହେଉଛି ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟୁଇଟରରେ କହିଛନ୍ତି ସଂକଳ୍ପ ସ୍ପଷ୍ଟ, ଅଖଣ୍ଡ ଭାରତ ଆମ ସ୍ୱପ୍ନ । ଉଦଘାଟନ ଅବସରରେ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ସଂସଦ ଭବନ ଉଦଘାଟନ ନେଇ ସରକାରଙ୍କୁ କେତେକ ବିରୋଧୀ ଦଳ ଟାର୍ଗେଟ କରିଥିଲେ । ସଂସଦ ଭବନରେ ବିଭିନ୍ନ ରାଜ୍ୟର ପାରମ୍ପାରିକ କଳାକୃତି ଓ ଇତିହାସକୁ ସୁନ୍ଦର ଭାବେ ଦର୍ଶାଯାଇଛି । କର୍ମ ଦ୍ୱାରରେ ଓଡିଶାର କୋଣାର୍କ ଚକ୍ର ବେଶ ମନଲୋଭା ହୋଇଛି ।

Leave A Reply

Your email address will not be published.