Latest Odisha News

BREAKING NEWS

ମାଲିକାନା ବଦଳିବା ପରେ ଏନଡିଟିଭି ଖୋଲିଲା ପ୍ରଥମ ଆଞ୍ଚଳିକ ନ୍ୟୁଜ ଚ୍ୟାନେଲ, ଆଗକୁ ଏହି ସବୁ ରାଜ୍ୟରେ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ଦ୍ବାରା ପରିଚାଳିତ ଏନଡି ଟିଭି ଆଜି ନିଜର ପ୍ରଥମ ଆଞ୍ଚଳିକ ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ ଆରମ୍ଭ କରିଛି। ଏନଡିଟିଭି ମଧ୍ୟପ୍ରଦେଶ ଓ ଛତିଶଗଡ ନାମରେ ନାମିତ ହୋଇଛି ଏହି ଆଞ୍ଚଳିକ ନ୍ୟୁଜ ଚ୍ୟାନେଲ। ଏନଡିଟିଭି ମାଲିକାନା ହାତେଇବା ପୂର୍ବରୁ ଆଲୋଚନା ହେଉଥିଲା ଯେ ରିଲାଏନ୍ସର ‘ନ୍ୟୁଜ ୧୮’ ଭଳି ଆଦାନୀ ମଧ୍ୟ ସମସ୍ତ ଆଞ୍ଚଳିକ ଭାଷାରେ ନ୍ୟୁଜ ଚ୍ୟାନେଲ ଖୋଲିବେ। ଆଉ ଏବେ ଏନଡିଟିଭି ପ୍ରଥମ ଆଞ୍ଚଳିକ ଭାଷାର ନ୍ୟୁଜ ଚ୍ୟାନେଲ ଖୋଲିଛି। ଯେତେବେଳେ କି ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି।

ଏନଡିଟିଭିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ସମ୍ପାଦକ ସଞ୍ଜୟ ପୁଗାଲିଆ କହିଛନ୍ତି, ରାଜ୍ୟ, ସହର ଏବଂ ଗାଁରେ ରହୁଥିବା ଲୋକଙ୍କ ପ୍ରାସଙ୍ଗିକ ଖବର ପ୍ରସାରଣ କରିବା ଆମର ଲକ୍ଷ୍ୟ। ଯାହା ବହୁ ଦିନରୁ ଥିଲା। ତେଣୁ ଆମେ ଆଞ୍ଚଳିକ ଭାଷାରେ ନ୍ୟୁଜ ଚ୍ୟାନେଲ କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ଏନଡିଟିଭିର ବିଶ୍ୱାସର ପରମ୍ପରାକୁ ନେଇ ମଧ୍ୟପ୍ରଦେଶ-ଛତିଶଗଡ଼କୁ ଓହ୍ଲାଇଛୁ। ଏବଂ ଆମେ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ଲୋକଙ୍କୁ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ଦେବୁ।

କେବଳ ଏତିକି ନୁହେଁ ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ଏହି ପ୍ରସାରଣକାରୀ ସଂସ୍ଥା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟରୁ ଏନଡିଟିଭି ମଧ୍ୟପ୍ରଦେଶ-ଛତିଶଗଡ଼ ପରେ ଏନଡିଟିଭି ରାଜସ୍ଥାନ, ଏନଡିଟିଭି ଗୁଜରାଟୀ ଏବଂ ଏନଡିଟିଭି ମରାଠୀ ଭଳି ଚାରିଟି ନ୍ୟୁଜ୍ ଚ୍ୟାନେଲ ପାଇଁ ଅନୁମତି ପାଇଛି। ଯାହାକି ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି।

Leave A Reply

Your email address will not be published.