Latest Odisha News

BREAKING NEWS

ଅପରାଜିତା ଷଡଙ୍ଗୀ ଜଣେ ମିଛେଇ ରାଣୀ: ଅଭିନେତା ଅଖିଳ ପଟ୍ଟନାୟକ

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖେଇ ଆସୁଛି ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପି ଟିକେଟ୍ ଆଶାୟୀମାନଙ୍କ ନାଁ କଟିବାରୁ ଅପରାଜିତାଙ୍କ ଉପରେ ବର୍ଷିଛନ୍ତି ନେତା। ଯୁଗାଂଶୁ ପଣ୍ଡା ଏବଂ କାଳୁ ଖଣ୍ଡେଇତରାୟଙ୍କ ପରେ ଏବେ ଅଖିଳ ପଟ୍ଟନାୟକ ହେଉଛନ୍ତି ତୃତୀୟ ବିଜେପି ନେତା ଯିଏ ଆପାରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି।

ଟଙ୍କା ଦେଲିନି ବୋଲି ମୋ ଟିକେଟ ଅପରାଜିତା କାଟି ଦେଇଥିବା ଅଭିଯୋଗ ଆଣିଛନ୍ତି ଅଭିନେତା ଅଖିଳ ପଟ୍ଟନାୟକ। କେବଳ ଏତିକି ନୁହେଁ ଅପରାଜିତା ଷଡଙ୍ଗୀ ଜଣେ ମିଛେଇ ରାଜନେତ୍ରୀ। ସେ କାହିଁକି ରାଜନୀତିରେ ଅଛନ୍ତି, ମିଛେଇ ରାଣୀ ଅପରାଜିତାଙ୍କ କାହାଣୀ ସବୁ ଗୁମର ଖୋଲିଦେବି ବୋଲି କହିଛନ୍ତି ଅଖିଳ। ଏକ ସମାବେଶରେ ଅପରାଜିତାଙ୍କ ଉପରେ ବର୍ଷି କହିଛନ୍ତି, ୨୦୧୯ ରେ କାଳୁଙ୍କ ପାଇଁ ଅପରାଜିତା ନିର୍ବାଚନ ଜିତିଥିଲେ। କାଳୁ ନିଜେ ୭୪ ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇଥିବାବେଳେ ଅପରାଜିତାଙ୍କୁ ପ୍ରାୟ ୯୦ ହଜାର ଭୋଟ ଦେଇଥିଲେ। ହେଲେ ଜିତିବା ପରେ ଖୋର୍ଦ୍ଧା ପାଇଁ କାଣିଚିଏ କାମ କରିନାହାନ୍ତି ଅପରାଜିତା।

ଅଖିଳ ପଟ୍ଟନାୟକ କହିଛନ୍ତି ଅପରାଜିତା ଏଥର ଭୋଟ ପାଇବେ ନାହିଁ । ଆଗାମୀ ଦିନରେ ତାଙ୍କୁ କଡ଼ା ଜବାବ ଦିଆଯିବ। ସୂଚନା ଥାଉକି କିଛିଦିନ ତଳେ ଭୁବନେଶ୍ବର ଉତ୍ତରରୁ ଟିକେଟ ଆଶାୟୀ ଯୁଗାଂଶୁ ପଣ୍ଡାଙ୍କ ଟିକେଟ କଟିବାରୁ ରାତି ଅଧିଆ ଡିଲ କରି ମୋ ଟିକେଟ କାଟିଦେଲେ ବୋଲି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ। ସେହିପରି ଖୋର୍ଦ୍ଧା ବିଧାନସଭା ଆସନରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ କାଳୁ ଖଣ୍ଡେଇତରାୟ ଅପରାଜିତା ଷଡଙ୍ଗୀଙ୍କ ଉପରେ ବର୍ଷିଥିଲେ।

ସୂଚନା ଥାଉକି, ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ସାଂସଦ ଆପରାଜିତା ଷଡ଼ଙ୍ଗୀ ଏକ ବୈଠକରେ ଯୋଗଦେବାକୁ ଯାଉଥିବା ବେଳେ ୱାର୍ଡ ନମ୍ବର ୪୩ରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ବହୁ ସଂଖ୍ୟାରେ ଲୋକ ପୁରୁଣା ଡାକ କଲୋନୀ ନିକଟରେ ସାଂସଦଙ୍କ ଗାଡିକୁ ଅଟକାଇ ଥିଲେ ବୋଲି ବିଜେପି କର୍ମୀ ଅଭିଯୋଗ କରିଥିଲେ।

ଅଧିକାଂଶ ଆନ୍ଦୋଳନକାରୀ ବିଜେଡି ସମର୍ଥକ ଥିଲେ ଯେଉଁମାନେ ସାଂସଦ ପ୍ରାର୍ଥୀ ଷଡ଼ଙ୍ଗୀଙ୍କ ଗାଡିକୁ ଅବରୋଧ କରିଥିଲେ ଏବଂ ଏହା ଉପରେ ଆକ୍ରମଣ କରିଥିଲେ ଯାହା ପରେ ସାଂସଦ ପ୍ରାୟ ଦେଢ଼ ଘଣ୍ଟା ଧରି ସେହି ସ୍ଥାନରେ ଅଟକି ରହିଥିଲେ। ପୋଲିସର ହସ୍ତକ୍ଷେପ ପରେ ମଧ୍ୟ ଆନ୍ଦୋଳନକାରୀମାନେ ଦୀର୍ଘ ସମୟ ଧରି ଉକ୍ତ ସ୍ଥାନରୁ ହଟିନଥିଲେ।

ଅପରାଜିତା ଷଡ଼ଙ୍ଗୀ ଜଣେ ମହିଳା ସାଂସଦଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବାରୁ ବିଜେଡି ସରକାରଙ୍କ ଉପରେ ବର୍ଷିଥିଲେ ଏବଂ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ।

Leave A Reply

Your email address will not be published.