Latest Odisha News

BREAKING NEWS

ନେଦରଲାଣ୍ଡକୁ ପ୍ରଥମ ଥର ପାଇଁ ବିଶ୍ୱକପରେ ଭେଟିବ ଟିମ ଇଣ୍ଡିଆ, ବର୍ଷା ଚିନ୍ତାର କାରଣ

ସିଡନୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ପାକିସ୍ତାନକୁ ରୋମାଂଚକ ମୁକାବିଲାରେ ହରାଇ ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି । ସୁପର ୧୨ର ଦ୍ୱିତୀୟ ମୁକାବିଲାରେ ଗୁରୁବାର ନେଦରଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ । ଉଭୟ ଦେଶ ପରସ୍ପରକୁ ଟି୨୦ ବିଶ୍ୱକପରେ ପ୍ରଥମ ଥର ଭେଟିବାକୁ ଯାଉଛନ୍ତି । ଭାରତ ଏହି ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲ ପ୍ରବେଶ ଆଶା ମଜଭୁତ କରିବା ଲକ୍ଷ୍ୟରେ ରହିବ । ଅପରପକ୍ଷରେ ବାଂଲାଦେଶଠାରୁ ହାରିଥିବା ନେଦରଲାଣ୍ଡ ଟୁର୍ଣ୍ଣାମେଂଟରେ ତିଷ୍ଠି ରହିବା ଆପ୍ରାଣ ଉଦ୍ୟମ କରିପାରେ । ତେବେ ଭାରତ ପାଇଁ ଚିନ୍ତାର କାରଣ ସାଜିଛି ବର୍ଷା । ମଙ୍ଗଳବାର ପାଣିପାଗ ବିଭାଗ ସୂତ୍ର ଅନୁସାରେ ୪୦ ପ୍ରତିଶତ ବର୍ଷା ଆଶଙ୍କା ରହିଛି । ସିଡନୀ ପିଚ ସ୍ପିନରଙ୍କୁ ସୁହାଇଥାଏ । ଏହା ବ୍ୟତୀତ ଏଠାରେ ଅନୁଷ୍ଠିତ ଅଧିକାଂଶ ମ୍ୟାଚ ହାଇ ସ୍କୋରିଂ ରହିଛି ।

୨୦୧୬ରେ ଭାରତ ଏଠାରେ ୨୦୦ରୁ ଊର୍ଦ୍ଧ୍ୱ ସ୍କୋର ଅଷ୍ଟ୍ରେଲିଆ ବିପକ୍ଷରେ ଚେଜ କରି ବିଜୟୀ ହୋଇଛି । ଭାରତୀୟ ସମୟ ଅନୁସାରେ ମ୍ୟାଚ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବ । ବିରାଟ କୋହଲି ଚିରାଚରିତ ଲୟକୁ ଫେରିଛନ୍ତି । ତେବେ ଅଧିନାୟକ ରୋହିତ ଶର୍ମା ଓ କେଏଲ ରାହୁଲଙ୍କୁ ବଡ ଇନିଂସ ଖେଳିବାକୁ ପଡିବ । ଅପରପକ୍ଷରେ ନେଦରଲାଣ୍ଡକୁ ହାଲକା ଭାବେ ନେବା ପାଇଁ ଭାରତ କେବେ ହେଲେ ଚାହିଁବ ନାହିଁ । କ୍ରିକେଟର ଏହି ଫର୍ମାଟରେ କିଛି ବି ହୋଇପାରେ । ଭାରତ ଏହି ମ୍ୟାଚରେ ଅଧିକ ସ୍ପିନର ଖେଳାଇବ କିମ୍ବା ବିଜୟୀ ଏକାଦଶ ବଜାୟ ରଖିବ ତାହା ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.