Latest Odisha News

BREAKING NEWS

ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ବର୍ଷା ଆଶଙ୍କା

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁରୁବାରଠାରୁ ମୁମ୍ବାଇର ୱାଙ୍ଖେଡଠାରେ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଆରମ୍ଭ ହେବ । ବିରାଟ କୋହଲି ବିଶ୍ରାମ ପରେ ଏହି ମ୍ୟାଚରେ ପଡିଆକୁ ଫେରୁଛନ୍ତି । ତେବେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ବର୍ଷା ଆଶଙ୍କା ରହିଛି । ବୁଧବାର ବର୍ଷା ହେବା ଯୋଗୁ ଆଉଟଫିଲ୍ଡ ଓଦା ରହିଛି । ପ୍ରଥମ ଟେଷ୍ଟ ଡ୍ର ରହିବା ଯୋଗୁ ଭାରତ ଏହି ମ୍ୟାଚକୁ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି । ମାତ୍ର ବର୍ଷା ବାଧକ ହେବାକୁ ଯାଉଥିବାରୁ ସିରିଜର ଫଳାଫଳ ବାହାରିବା ନେଇ ଦ୍ୱନ୍ଦ୍ୱ ରହିଛି ।

ୱାଙ୍ଖେଡ ଷ୍ଟାଡିୟମରେ ଇଣ୍ଡୋର ପ୍ରାକ୍ଟିସର ସୁବିଧା ନ ଥିବାରୁ ଖେଳାଳିମାନେ ବାନ୍ଦ୍ରା କୁର୍ଲାରେ ଅଭ୍ୟାସ କରିବେ । କ୍ରମାଗତ ବର୍ଷା ଯୋଗୁ ପିଚ ନରମ ରହିଛି । ଏହା ପରୋକ୍ଷରେ ବୋଲରମାନଙ୍କୁ ସହାୟ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.