Latest Odisha News

BREAKING NEWS

ଟିକା ନେଲେ ୧୨୦ ବର୍ଷିୟା ବୃଦ୍ଧା

ଶ୍ରୀନଗର: ଜାମ୍ମୁକାଶ୍ମୀରର ଜଣେ ୧୨୦ ବର୍ଷ ବୟସ୍କା ମହିଳା ନିକଟରେ ତାଙ୍କ ଘରେ ଦ୍ୱିତୀୟ ଡୋଜ ଟିକା ଗ୍ରହଣ କରିଛନ୍ତି। ସେ ସୁସ୍ଥ ମଧ୍ୟ ଅଛନ୍ତି।

ଏହି ବୃଦ୍ଧ ମହିଳା ଜଣକ ହେଉଛନ୍ତି ଢୋଲି ଦେବୀ। ସେ ଉଦାମପୁର ଜିଲ୍ଲାର ଡୁଡୁ ପଞ୍ଚାୟତର ବାସିନ୍ଦା।

କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଟ୍ୱିଟରରେ ଏହି ଭିଡିଓ ସେୟାର କରିଛନ୍ତି। ଭିଡିଓରେ, ମେଡିକାଲର ଏକ ଦଳ ୧୨୦ ବର୍ଷ ବୟସ୍କା ମହିଳାଙ୍କୁ ଟିକା ଦେବା ପାଇଁ ଏକ ପାହାଡ ଉପରକୁ ଚଢିଥିଲେ। ତେବେ ଟିକାକରଣ ଲାଗି ପରିଣତ ବୟସ ବାଧକ ସାଜେ ବୋଲି ପ୍ରମାଣ କରିଦେଇଛନ୍ତି ଏହି ବୃଦ୍ଧା।

ଏହି ସମୟରେ, ଭାରତ ଗୋଟିଏ ଦିନରେ ୧ କୋଟି ଡୋଜ ଟିକାକରଣ କରି ରେକର୍ଡ ସୃଷ୍ଟି କରିଛି।

Leave A Reply

Your email address will not be published.