Latest Odisha News

BREAKING NEWS

[ଭିଡ଼ିଓ] ହାର୍ ମାନିଛି ବୟସ, ନିର୍ବାଚନୀ ମୈଦାନରେ ୭୫ ବର୍ଷୀୟା ମୀନତି

ଭଦ୍ରକ : କୌଣସି କାମ ନେଇ ବୟସ ମହତ୍ତ୍ୱ ରଖେନି। ମନରେ ଇଚ୍ଛା ଥିଲେ ସବୁ କାମ ସହଜ ହୋଇଯାଏ । ସେହିଭଳି ଏକ ବଳିଷ୍ଠ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ଜଣେ ୭୫ ବର୍ଷୀୟା ମହିଳା ।

ନିର୍ବାଚନ ପାଇଁ ବୟସ ବି ହାର ମାନିଛି। ପରିଣତ ବୟସରେ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ମହିଳା ଜଣକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ବୃଦ୍ଧା ନିଜ ସ୍ୱାମୀଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ଆଜି ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଭଦ୍ରକ ବ୍ଲକ ଅଧିନସ୍ଥ ଏରଡ଼ା ପଞ୍ଚାୟତର ୭୫ ବର୍ଷୀୟା ମୀନତି ବଳ। ନିଜ ସମର୍ଥକଙ୍କ ଗହଣରେ ଆସି ଭଦ୍ରକ ବିଡ଼ିଓଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ବାଚନ ଲଢିବାକୁ କୌଣସି ବୟସ ନଥିବା ବେଳେ ତାଙ୍କ ସ୍ୱାମୀ ଜଣେ ସମାଜସେବୀ ଥିଲେ । ଏନେଇ ତାଙ୍କର ଅଧୁରା ଇଚ୍ଛାପୂରଣ କରିବେ ମୀନତି ।

ତେବେ ଆଗାମୀ ଦିନରେ ଅଞ୍ଚଳବାସୀଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ଜଣାଇଛନ୍ତି ମୀନତି। ଏହି ଭୋଟ୍ ପାଇଁ ବହୁ ଆଶାବାଦୀ ଅଛନ୍ତି।

Comments are closed, but trackbacks and pingbacks are open.