Latest Odisha News

BREAKING NEWS

ଆଲୋଚନାରୁ ବାହାରିପାରିଲାନି ନିଷ୍କର୍ସ: ଜାରି ରହିବ ଆନ୍ଦୋଳନ, ୩ ତାରିଖରେ ପୁଣି ବୈଠକ

ନୂଆଦିଲ୍ଲୀ: ବିଜ୍ଞାନ ଭବନରେ ସରକାର ଓ କୃଷକଙ୍କ ମଧ୍ୟରେ ହୋଇଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ୩ ଘଣ୍ଟାରୁ ଅଧିକ ସମୟ ଧରି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ୩୫ଟି କୃଷକ ସଂଗଠନର ନେତାଙ୍କ ସହ ବୈଠକ ହୋଇଥିଲା । ବୈଠକ ପରେ କୃଷି ମନ୍ତ୍ରୀ କହିଛନ୍ତି, ସରକାର ଚାହୁଁଛନ୍ତି କୃଷକଙ୍କ ଏକ ଛୋଟ ଗ୍ରୁପ୍ ତିଆରି କରାଯାଉ । ହେଲେ କୃଷକ ନେତା ଚାହୁଁଛନ୍ତି ସମସ୍ତଙ୍କ ସହ ଆଲୋଚନା କରାଯାଉ । କୃଷି ମନ୍ତ୍ରୀ କହିଛନ୍ତି, ଆମେ କୃଷକଙ୍କୁ ଆଶ୍ବାସନା ଦେବା ସହ ବୁଝାଇବାକୁ ଚେଷ୍ଟା କଲୁ । ଡିସେମ୍ବର ୩ ତାରିଖ ଦିନ ୧୨ଟାରେ ପୁଣି ଥରେ ଆଲୋଚନା ହେବ । କୃଷକଙ୍କୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ କହିଥିଲେ ସରକାର, ହେଲେ କୃଷକମାନେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ।

କୃଷକଙ୍କ ସହ ଆଲୋଚନା ବେଳେ କୃଷିମନ୍ତ୍ରୀ କହିଥିଲେ, ଏକ କମିଟି ଗଠନ କରାଯାଉ । ଏଥିପାଇଁ କୃଷକ ସଂଗଠନରୁ ୪-୫ ଜଣଙ୍କ ନାଁ ଦିଆଯାଉ । ଏଥିରେ ସରକାରଙ୍କ ପକ୍ଷରୁ ମଧ୍ୟରୁ ରହିବେ । କୃଷି ଏକ୍ସପର୍ଟ ମଧ୍ୟ ସାମିଲ ହେବେ । ଏମାନେ ସମସ୍ତେ ନୂଆ ଆଇନ ନେଇ ଆଲୋଚନା କରିବେ । ଏହା ଆଧାରରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ । ଏହା ଉପରେ କୃଷକଙ୍କ ପକ୍ଷରୁ କୁହାଯାଇଛି କି, କମିଟି ନେଇ କୌଣସି ଆପତ୍ତି ନାହିଁ । ହେଲେ କମିଟି କୌଣସି ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇପାରିବ ନାହିଁ ।

ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନ କରୁଛନ୍ତି । ଗତ ୬ ଦିନ ହେବ ଦିଲ୍ଲୀ ସୀମାରେ ହଜାର ହଜାର କୃଷକ ଏକାଠି ହୋଇଛନ୍ତି । କୃଷକଙ୍କ ଆନ୍ଦୋଳନକୁ ନେଇ ଆଜି ବୈଠକ ହୋଇଥିଲା । ଏଥିରେ କୃଷି ମନ୍ତ୍ରୀଙ୍କ ସହ ପୀୟୁଷ ଗୋଏଲ ମଧ୍ୟ ସାମିଲ ହୋଇଥିଲେ ।

Leave A Reply

Your email address will not be published.