Latest Odisha News

BREAKING NEWS

ଆସନ୍ତୁ ଜାଣିବା ରିଲ ଲାଇଫରେ ବାପା, ପୁଅ ସହ ପ୍ରେମ କରିଥିବା ହିରୋଇନଙ୍କ ବିଷୟରେ..

ମୁମ୍ବାଇ: ବଲିଉଡ ଓ ରିଲ ଲାଇଫରେ ସବୁ କିଛି ସମ୍ଭବ । କାରଣ ଏଠାରେ ଗ୍ଲାମର ଓ ଅଭନିୟ ବିକ୍ରି ହୁଏ । ଆସନ୍ତୁ ଜାଣିବା ବଲିଉଡର ଏ ଭଳି କେତେକ ହିରୋଇନଙ୍କ ବିଷୟରେ ଯେଉଁମାନେ ହିରୋ ହୋଇଥିବା ବାପା ଏବଂ ତାଙ୍କ ପୁଅଙ୍କ ସହ ମଧ୍ୟ ରୋମାନ୍ସ କରିଛନ୍ତି ।

ଡିମ୍ପଲ କାପାଡିଆ: ଡିମ୍ପଲ କାପାଡିଆ ଓ ବିନୋଦ ଖାନ୍ନାଙ୍କ ରିଲ ଲାଇଫ ରୋମାନ୍ସକୁ ଦର୍ଶକ ସର୍ବଦା ପ୍ରଶଂସା କରିଥାନ୍ତି । ଖୁନ କା କର୍ଜ, ବଟୱାରା ଓ ଲେକିନ ପରି ଫିଲ୍ମରେ ଏକତ୍ର ଅଭିନୟ କରିଛନ୍ତି । କ୍ୟାରିୟରର ସାୟାହ୍ନରେ ସେ ଅକ୍ଷୟ ଖାନ୍ନାଙ୍କ ସହ ଦିଲ ଚାହାତା ହେରେ ରୋମାନ୍ସ କରି ପ୍ରଶଂସା ସାଉଁଟିଥିଲେ ।ହେମା ମାଳିନୀ: ବଲିଉଡର ଡ୍ରିମ ଗାର୍ଲ ହେମା ମାଳିନୀ ସପନୋଁ କି ସୌଦାଗରରେ ରାଜ କାପୁରଙ୍କ ସହ ଅଭିନୟ କରିଥିଲେ ।ଏହା ପରେ ସେ ଋଷି କାପୁରଙ୍କ ସହ ଅନେକଗୁଡିଏ ଫିଲ୍ମରେ ରୋମାନ୍ସ କରିଥିଲେ ।
ଜୟାପ୍ରଦା: ଜୟାପ୍ରଦା ଏବଂ ହିମ୍ୟାନ ଧର୍ମେନ୍ଦ୍ର ଗଙ୍ଗା ତେରେ ଦେଶ ମେଁ, ଶାହାଜାଦେ, ଫରିସ୍ତେରେ ରୋମାନ୍ସ କରିଥିଲେ । ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରିଥିଲେ । ବୀରତା ଓ ଜବରଦସ୍ତ ଫିଲ୍ମରେ ସେ ସନି ଦେଓଲଙ୍କ ସହ ଅଭିନୟ କରିଥିଲେ।

ଶ୍ରୀଦେବୀ: ବଲିଉଡ ହିରୋଇନ ଶ୍ରୀଦେବୀ ଉଭୟ ଧର୍ମେନ୍ଦ୍ର ଏବଂ ସନି ଦେଓଲଙ୍କ ସହ ରିଲ ଲାଇଫ ରୋମାନ୍ସ କରିଛନ୍ତି ।ମାଧୁରୀ ଦୀକ୍ଷିତ: ଡ୍ୟାନ୍ସିଂ କୁଇନ ମାଧୁରୀ ଦୀକ୍ଷିତ ଦୟାବାନରରେ ବିନୋଦ ଖାନ୍ନାଙ୍କ ସହ ରୋମାନ୍ସ କରିଥିଲେ । ଉକ୍ତ ଫିଲ୍ମର ଏକ ଦୃଶ୍ୟ ଏବେ ମଧ୍ୟ ମନକୁ ଆନ୍ଦୋଳିତ କରିଥାଏ । ମୋହବତରେ ସେ ଅକ୍ଷୟ ଖାନ୍ନାଙ୍କ ହିରୋଇନ ହୋଇଥିଲେ ।

Leave A Reply

Your email address will not be published.