ଲଣ୍ଡନ: ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଆଡେନ ମାର୍କରାମଙ୍କ ଆକର୍ଷଣୀୟ ଶତକ ଦଳକୁ ବିଜୟୀ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା । ମିଚେଲ ଷ୍ଟାର୍କ, ପ୍ୟାଟ କୁମିନ୍ସ ଓ ଜୋଶ ହାଜେଲଉଡଙ୍କ ବିପକ୍ଷରେ ତାଙ୍କ ବ୍ୟାଟିଂ ଆକର୍ଷଣୀୟ ଥିଲା । ଏହି ମ୍ୟାଚ ପରେ ବିରାଟ କୋହଲିଙ୍କ ୭ ବର୍ଷ ତଳର ଏକ ଟୁଇଟ ଏବେ ଭାଇରାଲ ହେବାରେ ଲାଗିଛି । ୨୪ ମାର୍ଚ୍ଚ ୨୦୧୮ରେ କୋହଲି ଟୁଇଟ କରିଥିଲେ ଯେ, ମାର୍କରାମଙ୍କ ବ୍ୟାଟିଂ ଦେଖିବା ଏକ ସୁନ୍ଦର ଅନୁଭୂତି । କୋହଲି ସର୍ବଦା ମାର୍କରାମଙ୍କ ବ୍ୟାଟିଂ ଶୈଳୀଙ୍କୁ ପ୍ରଶଂସା କରିଥାନ୍ତି ।
ଆଇସିସି ଫାଇନାଲରେ ମାର୍କରାମ ପ୍ରଥମ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଭାବେ ଶତକ ମାରିଛନ୍ତି । ଏ ପର୍ଯ୍ୟନ୍ତ ଆଇସିସି ଫାଇନାଲରେ ୧୫ଜଣ ବ୍ୟାଟ୍ସମ୍ୟାନ ୧୬ ଶତକ ମାରିଛନ୍ତି । ଲର୍ଡସରେ ସେ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ଆଇସିସି ଫାଇନାଲରେ ଶତକ ମାରିଛନ୍ତି । ତାଙ୍କ ପୂର୍ବରୁ କ୍ଲାଇଭ ଲୟଡ ଓ ଭିଭିଆନ ରିଚାର୍ଡସ ଶତକ ହାସଲ କରିଥିଲେ । ଷ୍ଟିଭ ସ୍ମିଥ, ଟ୍ରେଭିସ ହେଡଙ୍କ ପରେ ଡବ୍ଲ୍ୟୁଟିସି ଫାଇନାଲରେ ମଧ୍ୟ ଶତକ ମାରିଛନ୍ତି ।
Comments are closed.