Latest Odisha News

BREAKING NEWS

ଦୀର୍ଘ ୨୫ ବର୍ଷର ଟ୍ୟୁମରକୁ ୧୦ ଘଣ୍ଟାର ଜଟିଳ ଅପରେସନ୍‌ ପରେ ବାହାର କଲେ ଏମ୍‌ସ ଡାକ୍ତର

ଭୁବନେଶ୍ବର: ଦୀର୍ଘ ୨୫ ବର୍ଷର ଟ୍ୟୁମରକୁ ୧୦ ଘଣ୍ଟାର ଜଟିଳ ଅପରେସନ୍‌ ପରେ ବାହାର କଲେ ଭୁବନେଶ୍ୱର ଏମ୍‌ସ ଡାକ୍ତର ଟିମ୍‌ । ପଶ୍ଚିମବଙ୍ଗର ୫୧ ବର୍ଷୀୟ ରବୀନ୍ଦ୍ର ବିଶୁଇଙ୍କ ମୁଣ୍ଡ ଉପରେ ୨୫ ବର୍ଷ ହେଲା ଗୋଟିଏ ଟ୍ୟୁମର ହୋଇଥିଲା । କିନ୍ତୁ ଗତ ୭ ମାସ ହେବ ସେହି ଟ୍ୟୁମର ହଠାତ୍ ବଢିବା ଆରମ୍ଭ କରିଥିଲା । ରବୀନ୍ଦ୍ର ଅନେକ ମେଡ଼ିସିନ୍‌ ଖାଇଥିଲେ। ହେଲେ ଭଲ ହୋଇନଥିଲା ।

ବର୍ତମାନ ଭୁବନେଶ୍ୱର ଏମ୍‌ସ ଡାକ୍ତର ଟିମ୍‌ ଏହାକୁ ଅପରେସନ୍‌ କରି ଭଲ କରିଛନ୍ତି । ଅପରେସନ୍‌ ପରେ ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଏମ୍‌ସ ଡାକ୍ତର ଟିମ୍‌ କହିଛନ୍ତି। ଟ୍ୟୁମରର ଚାରିଆଡେ ବ୍ଲଡ୍‌ ଭେସେଲ୍‌ ମାଡ଼ି ରହିଥିବାରୁ ଅପରେସନ ବିପଦପୂର୍ଣ୍ଣ ହେବାର ଯଥେଷ୍ଟ ଆଶଙ୍କା ରହିଥିଲା । କିନ୍ତୁ ଏମ୍‌ସର ଡାକ୍ତରୀ ଟିମ୍‌ ଏହାକୁ ଚ୍ୟାଲେଞ୍ଜ ଭାବେ ନେଇଥିଲେ। ପ୍ଲାଷ୍ଟିକ୍‌ ସର୍ଜରୀ ସମେତ ସର୍ଜିକାଲ ଅଙ୍କୋଲଜି, ନ୍ୟୁରୋ ସର୍ଜରୀ, ଇଣ୍ଟରଭେନସନାଲ ରେଡିଓଲଜି ଓ ଆନାସ୍ଥେସିଆ ବିଭାଗର ବିଶେଷଜ୍ଞଙ୍କୁ ନେଇ ଗଠନ ହୋଇଥିଲା ସ୍ଵତନ୍ତ୍ର ଟିମ। ସକାଳ ଆଠଟାରୁ ସଂଧ୍ୟା ୬ଟା ଯାଏଁ ପ୍ରାୟ ୧୦ ଘଣ୍ଟା ଧରି ଚାଲିଲା ଅପରେସନ। ଶେଷରେ ୭ କେଜିର ବିରଳ ଟ୍ୟୁମର କୁ ବାହାର କରିଛନ୍ତି ଏମ୍‌ସର ଡାକ୍ତରୀ ଟିମ୍‌ । ବର୍ତମାନ ଦୁଇ ସପ୍ତାହ ପରେ ରୋଗୀ ସୁସ୍ଥ ଥିବା ବେଳେ ଚଲାବୁଲା କରୁଛନ୍ତି। ଏଥିପାଇଁ ଏମ୍‌ସ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ।

 

Leave A Reply

Your email address will not be published.