Latest Odisha News

BREAKING NEWS

ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହେବେ ସ୍ୱାମୀ-ସ୍ତ୍ରୀ; ରୁଦ୍ର ମହାରଥୀଙ୍କ ବିରୋଧରେ ଲଢିବେ ପତ୍ନୀ ଜାଗୃତି

ପିପିଲି: ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହେବେ ସ୍ବାମୀ-ସ୍ତ୍ରୀ । ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ସ୍ବର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ବିଜେଡିରୁ ଟିକେଟ୍ ରୁ ନିର୍ବାଚନ ଲଢୁଛନ୍ତି, ଅନ୍ୟପଟେ ଜାଗୃତି ପଣ୍ଡା ଏବେ ତାଙ୍କ ବିରୋଧରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

ଏଥିପାଇଁ ସୋମବାର ନାମାଙ୍କନ ଭରିଛନ୍ତି ଜାଗୃତି । ତେବେ କାହିଁକି ସ୍ୱାଧୀନ ପ୍ରାର୍ଥୀ ଭାବେ ସ୍ୱାମୀଙ୍କ ବିରୋଧରେ ନାମାନଙ୍କ ଭରିଲେ ସେନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଜାଗୃତି । ଏନେଇ ତାଙ୍କ ସ୍ବାମୀ ରୁଦ୍ର ମହାରଥୀ ମଧ୍ୟ ମୁହଁ ଖୋଲିନାହାନ୍ତି । ଏହା ପୂର୍ବରୁ ରୁଦ୍ର ଗତ ୩ ତାରିଖରେ ନାମାଙ୍କନ ଭରିଥିଲେ ।

୨୦୨୪ ନିର୍ବାଚନରେ ରାଜ୍ୟର କିଛି ସ୍ଥାନରେ ବାପା-ପୁଅ, ସ୍ୱାମୀ-ସ୍ତ୍ରୀ ଭିନ୍ନ ଭିନ୍ନ ଆସନରୁ ଲଢ଼ୁଥିବା ବେଳେ ପ୍ରଥମ ଥର ପାଇଁ ଓଡ଼ିଶାର ସମାନ ନିର୍ବାଚନମଣ୍ଡଳୀରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ ।

ପିପିଲି ଆସନରୁ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ସ୍ବର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ତାଙ୍କ ବାପାଙ୍କ ଦେହାନ୍ତ ପରେ ୨୦୨୧ରେ ହୋଇଥିବା ଉପ-ନିର୍ବାଚନରେ ସେ ବିଜେତା ହେଇଥିଲେ ।

Leave A Reply

Your email address will not be published.